STORYMIRROR

Bidyutprava Mishra

Inspirational Others Children

4  

Bidyutprava Mishra

Inspirational Others Children

ଶରତ ଋତୁ

ଶରତ ଋତୁ

1 min
446

ଶରତ ଆସିଛି ମରତ ଭୁବନେ 

ଶୋଭାର ପସରା ନେଇ, 

ଆକାଶରେ ଭାସେ ଧଳାମେଘ କେତେ 

ତୁଳା ଛିଞ୍ଚା ରୂପ ନେଇ 

ଶରତ ଗୋ ତୁମ ରୂପ ବର୍ଣ୍ଣନାକୁ 

କବି ରହିଥାଏ ଚାହିଁ l


ସରିତ ର ଜଳ ଦିଶେ ନିରି ମଳ 

ଆକାଶ ଦେଖୁଛି ମୁହଁ, 

ବକ ଦଳ ଦଳ ଉଡିଯାଉଥାନ୍ତି 

ଶୋଭା ତା ଅବର୍ଣ୍ଣ ନୀୟ 

ଶରତ ଗୋ ତୁମ ମରତେ ଆସିଲେ 

ଦଶ ଦିଶ ଶୋଭାମୟ l


ନଦୀ ପଠା ଧାରେ କାଶ ତଣ୍ଡି ହଲେ 

ଚାମର ରୂପ ସଜାଇ, 

ମାଆ ଦୁର୍ଗା ଙ୍କର ମର୍ତ୍ତ୍ୟ ଆଗମଣି 

ବାରତା ଦେବାର ପାଇଁ 

ଶରତ ଗୋ ତୁମେମାଆ ଭବାନୀ ଙ୍କ 

ଆଶିଷକୁ ଆଣ ବୋହି l


ଝରା ଶେଫାଳିର ହାଟ ବସି ଅଛି 

ଶେଫାଳି ଗଛର ମୂଳେ, 

ସତେକି ପ୍ରକୃତି ଢାଳୁଛି ଭକତି 

ମାଆଙ୍କର ପାଦ ତଳେ 

ଶରତ ଗୋ ତୁମେ ଖେଳୁଛ କିସତେ 

ପେନ୍ଥା ପେନ୍ଥା ଫୁଲ ଦୋଳେ l


ଧାନର କ୍ଷେତରେ ପବନ ବହୁଛି 

ଶାଗୁଆ ଲହରୀ ଉଠେ, 

ବର୍ଷକ ଫସଲ ଆଶା ରେ ଚାଷୀର 

ମୁହଁ ରେ ହସ ଟି ଫୁଟେ

ଶରତ ଗୋ ତୁମେ ପ୍ରକୃତି ରାଣୀକୁ 

ସଜାଅ ଗୋ କେତେ ମତେ l


ପୂର୍ଣ୍ଣମୀ ଜହ୍ନ ଟି ଖେଳେ ଲୁଚକାଳି 

ଧଳା ବାଦଲ ର ମେଳେ, 

ସରୋବରେ କଇଁ ଲାଜେ ଯାଏ ନଇଁ 

ଜହ୍ନ ରୂପ ଦେଖି ଜଳେ

ଶରତ ଗୋ ତୁମେ ରୂପର ପସରା 

ସବୁଋତୁ ଠାରୁ ବଳେ l


ପୂର୍ଣ୍ଣମୀ ଜହ୍ନ କୁ ପୂଜା କରି ଥାନ୍ତି 

ତୁଳସୀ ଚଉରା ମୂଳେ, 

ନାନା ଜାତି ପିଠା ମହକ ଛୁଟଇ 

ପ୍ରତି ଘର ଅଗଣାରେ

ଶରତ ଗୋ ତୁମେ ମହକିତହୁଅ

କେତେ କେତେ ବାସନାରେ l


ମାଆ ଦୁର୍ଗାଙ୍କ ନବ ଦିନାନ୍ତ ପୂଜା 

ସଂସାର ମଙ୍ଗଳ ପାଇଁ, 

ମାଗୁଣି ଏତିକି କରୁଛି ଜନନୀ 

ଦୁଃଖ ଶୋକ ଦିଅଧୋଇ 

ଶରତ ଗୋ ତୁମେ ସଂସାର ପାଇଁ 

ହୁଅଗୋ ଆଶିଷ ଦାୟୀ l


Rate this content
Log in

Similar oriya poem from Inspirational