ଶରତ ଋତୁ
ଶରତ ଋତୁ
ଶରତ ଆସିଛି ମରତ ଭୁବନେ
ଶୋଭାର ପସରା ନେଇ,
ଆକାଶରେ ଭାସେ ଧଳାମେଘ କେତେ
ତୁଳା ଛିଞ୍ଚା ରୂପ ନେଇ
ଶରତ ଗୋ ତୁମ ରୂପ ବର୍ଣ୍ଣନାକୁ
କବି ରହିଥାଏ ଚାହିଁ l
ସରିତ ର ଜଳ ଦିଶେ ନିରି ମଳ
ଆକାଶ ଦେଖୁଛି ମୁହଁ,
ବକ ଦଳ ଦଳ ଉଡିଯାଉଥାନ୍ତି
ଶୋଭା ତା ଅବର୍ଣ୍ଣ ନୀୟ
ଶରତ ଗୋ ତୁମ ମରତେ ଆସିଲେ
ଦଶ ଦିଶ ଶୋଭାମୟ l
ନଦୀ ପଠା ଧାରେ କାଶ ତଣ୍ଡି ହଲେ
ଚାମର ରୂପ ସଜାଇ,
ମାଆ ଦୁର୍ଗା ଙ୍କର ମର୍ତ୍ତ୍ୟ ଆଗମଣି
ବାରତା ଦେବାର ପାଇଁ
ଶରତ ଗୋ ତୁମେମାଆ ଭବାନୀ ଙ୍କ
ଆଶିଷକୁ ଆଣ ବୋହି l
ଝରା ଶେଫାଳିର ହାଟ ବସି ଅଛି
ଶେଫାଳି ଗଛର ମୂଳେ,
ସତେକି ପ୍ରକୃତି ଢାଳୁଛି ଭକତି
ମାଆଙ୍କର ପାଦ ତଳେ
ଶରତ ଗୋ ତୁମେ ଖେଳୁଛ କିସତେ
ପେନ୍ଥା ପେନ୍ଥା ଫୁଲ ଦୋଳେ l
ଧାନର କ୍ଷେତରେ ପବନ ବହୁଛି
ଶାଗୁଆ ଲହରୀ ଉଠେ,
ବର୍ଷକ ଫସଲ ଆଶା ରେ ଚାଷୀର
ମୁହଁ ରେ ହସ ଟି ଫୁଟେ
ଶରତ ଗୋ ତୁମେ ପ୍ରକୃତି ରାଣୀକୁ
ସଜାଅ ଗୋ କେତେ ମତେ l
ପୂର୍ଣ୍ଣମୀ ଜହ୍ନ ଟି ଖେଳେ ଲୁଚକାଳି
ଧଳା ବାଦଲ ର ମେଳେ,
ସରୋବରେ କଇଁ ଲାଜେ ଯାଏ ନଇଁ
ଜହ୍ନ ରୂପ ଦେଖି ଜଳେ
ଶରତ ଗୋ ତୁମେ ରୂପର ପସରା
ସବୁଋତୁ ଠାରୁ ବଳେ l
ପୂର୍ଣ୍ଣମୀ ଜହ୍ନ କୁ ପୂଜା କରି ଥାନ୍ତି
ତୁଳସୀ ଚଉରା ମୂଳେ,
ନାନା ଜାତି ପିଠା ମହକ ଛୁଟଇ
ପ୍ରତି ଘର ଅଗଣାରେ
ଶରତ ଗୋ ତୁମେ ମହକିତହୁଅ
କେତେ କେତେ ବାସନାରେ l
ମାଆ ଦୁର୍ଗାଙ୍କ ନବ ଦିନାନ୍ତ ପୂଜା
ସଂସାର ମଙ୍ଗଳ ପାଇଁ,
ମାଗୁଣି ଏତିକି କରୁଛି ଜନନୀ
ଦୁଃଖ ଶୋକ ଦିଅଧୋଇ
ଶରତ ଗୋ ତୁମେ ସଂସାର ପାଇଁ
ହୁଅଗୋ ଆଶିଷ ଦାୟୀ l
