ଶରତ କାଳ
ଶରତ କାଳ
ଶରତ ଆସିଛି ମରତ ଛୁଇଁଛି ଶୀତଳିତ ରବି କର
ଖରା, ଛାଇ ଖେଳ ଚିତ୍ର ମନୋହର ବହେ ଅଳସ ଅନିଳ
ଜଳଧର ରଙ୍ଗ ଧବଳ ତରଙ୍ଗ ଭାସେ ଆବୋରି ଅମ୍ଵର
ଶରତ ଆସିଛି ମରତ ଛୁଇଁଛି ଶୀତଳ ତପନ କର
ନଈପଠା ଧାରେ ମାଳମାଳ ଦୋଳେ କାଶତଣ୍ଡି ଗୁଳ୍ମ ପୁଷ୍ପ
ଶୁଭ୍ର ଚାମର ଢାଳିବା ପ୍ରକାର ଅପରୂପ ତାର ଦୃଶ୍ୟ
ଜ୍ୟୋତ୍ସ୍ନୀ ମଞ୍ଜରୀ ତା କୁସୁମ ହରିଦ୍ରା କନକ କାନ୍ତି ପ୍ରକାଶ
ନଈପଠା ଧାରେ ମାଳମାଳ ଦୋଳେ କାଶତଣ୍ଡି ଗୁଳ୍ମ ପୁଷ୍ପ
ନଦ ନଦୀ ଜଳ ସ୍ଵତ୍ସ ନିର୍ମଳ ଉତ୍ତାଳେ ଲହରୀ ଖେଳେ
ତରଙ୍ଗେ ଚଞ୍ଚଳ ଅମଳ କମଳ ଢଳେ ହସି ହସରୋଳେ
ଜାତି ଜାତି ପ୍ରଜା ପତି ହର୍ଷୋତ୍ଫୁଲ୍ଲେ ଫୁଲ ରୁ ଫୁଲକୁ ଉଡେ
ନଦ ନଦୀ ଜଳ ସ୍ଵତ୍ସ ନିର୍ମଳ ଉତ୍ତାଳେ ଲହରୀ ଖେଳେ
କେଦାର ସୁନ୍ଦର ଶ୍ୟାମଳ ବିମଳ ଶସ୍ୟାଦି ଅଳସ ଭାଙ୍ଗେ
ଶରଦେନ୍ଦୁ ତାର ରୂପେଲି ଉଜ୍ବଳ କିରଣେ ଖେଳେ ବିଭଙ୍ଗେ
ଏକାଳେ କାଶ୍ୟପୀ ସୁନ୍ଦରୀ ସୁହାସୀ ପବିତ୍ର ପବିତ୍ର ଲାଗେ
କେଦାର ସୁନ୍ଦର ଶ୍ୟାମଳ ବିମଳ ଶସ୍ୟାଦି ଅଳସ ଭାଙ୍ଗେ
ପୂଣ୍ୟ ତିଥିରେ ଶରତ ସକାଳେ ଶାରଦୀୟ ଦେବୀପୂଜା
ଧରାବତରଣ କରନ୍ତି ଏକାଳେ ଶୈଳପୁତ୍ରୀ ଦଶଭୁଜା
ତେଣୁ ମହାଦେବୀ ସ୍ଵାଗତ ପାଇଁକି ୟେ ଶରତ ର ସାଜସଜ୍ଜା
ପୂଣ୍ୟ ତିଥିରେ ଶରତ ସକାଳେ ଶାରଦୀୟ ଦେବୀପୂଜା
