STORYMIRROR

SUKANTA KHANDA

Inspirational

3  

SUKANTA KHANDA

Inspirational

ଶରଣ ତୋ ଚରଣେ

ଶରଣ ତୋ ଚରଣେ

1 min
583

ହେ ଘଟଗାଁ ବାସିନୀ 

ଆଜି ଶରଣ ତୋ ଚରଣେ

ଦିନେ ଯାହା ମାଗିନାହିଁ 

ଆଜି ମାଗିବାକୁ ଏ ମନ ବ୍ୟାକୁଳ।


ମୁଁ ତ ଅବୋଧ ମଣିଷ।


ସଂସାରର ସବୁକୁ ହାତେଇବା ପାଇଁ

ଦିନେ ଲାଗି ପଡି଼ଥିଲି 

ଜାଣି ନ ଥିଲି ତୋ ମାୟାର କୁହୁକ।


ଆଜି ତୋର ବିନା ଅସହାୟ 

ବିଲକୁଲ ହିଁ ପଙ୍ଗୁ ଅସାର ଜୀବନ।


ଦିନେ ହେଲେ ତୋର ନାମ ଧରି ନାହିଁ

ଜପି ନାହିଁ ମନ୍ତ୍ର କି ଗଡେ଼ଇନି ମାଳା?

କେବଳ କାମନାରେ ପହଁରି

ସମୟ କରିଛି ଅପଚୟ।


ଦିନେ ବଳ ଓ ବୟସ ଥିଲା ତ

ତୁମକୁ ହେୟ କରୁଥିଲି

ପଥରଟେ ବୋଲି ପୂରା ଅଣଦେଖା।


ଆଜି ମୁଁ ବୃଦ୍ଧ

ପୁଅ ଓ ଝିଅ ପୁଳାପୁଳା

ଗୁହ ଓ ମୂତ ପରେ ବି

ସେମାନେ ନିଜ କର୍ମରେ ମଗ୍ନ।


ମୋ ପରି ସେମାନେ ବି ଭୁଲିଲେଣି

କର୍ମ ଅବା ଧର୍ମ 

ଓ ସଂସାରର ଅନନ୍ତ ସୁଖକୁ।


ମାଆ !

ଏ ବୟସରେ ଶରଣ ତୋ ଚରଣେ

ମୋତେ ନେଇଚାଲ ସେଠାକୁ

ଯେଉଁଠି ଖେଳିବି ତମ ସହ

ଭୁଲି ଦୁଃଖ ଆଉ ସୁଖ 

ଦେଖୁଥିବି ତୋର ପାଦପଦ୍ମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational