।। ଶୃଙ୍ଖଳାର ମୁକ୍ତି ।।
।। ଶୃଙ୍ଖଳାର ମୁକ୍ତି ।।
ଶୃଙ୍ଖଳାର ସଶକ୍ତ ପ୍ରହରୀ,
ରଚିଥାନ୍ତି ଦୁର୍ଭେଦ୍ୟ ପାଚେରୀ;
ଘେରିଥାନ୍ତି ତୁମ ପରିସୀମା।
ଅସଂଯତ ମୁହୂର୍ତ୍ତର ଅଟ୍ଟହାସ ସବୁ,
ପ୍ରତିଧ୍ଵନି ହୋଇ ଅନ୍ତର୍ଦ୍ଧାନ ହୁଏ—
ଦିଗ୍ବଳୟର ଅନ୍ଧକାର ଭିତରେ।
ନିଜ ଦୁର୍ଗ, ନିଜେ ବନ୍ଦୀ;
ଅଣନିଶ୍ୱାସୀ ହତାଶିଆ ମନ।
ଉନ୍ମୁକ୍ତ କର ସବୁ ବାତାୟନ,
ମାପି ଦିଅ ଆକାଶର ଆୟତନ;
ଦେଖ, କେମିତି ସେ କରେ ଆଲିଙ୍ଗନ—
ଶୃଙ୍ଖଳିତ ଜୀବନରେ ନବ ପ୍ରବର୍ତ୍ତନ।
ନୁହେଁ ଶୃଙ୍ଖଳା କଠୋର ଶାସନ,
ସେ ତ ପ୍ରକୃତିର ନିରବ ସ୍ପନ୍ଦନ।
ସୂର୍ଯ୍ୟର ସୀମା, ବର୍ଷାର ଧାରା;
ନିୟମେ ବନ୍ଧା ଏ ବିଶ୍ୱ-ତାରା।
ସେଇ ବନ୍ଧନେ ମୁକ୍ତିର ସ୍ୱାଦ,
ଅସୀମ ଶୂନ୍ୟେ ନାହିଁ ବିଷାଦ।
ନୁହେଁ ଶୃଙ୍ଖଳାର ଦାସ ତୁମେ ଏବେ,
ନିଜ ଇନ୍ଦ୍ରିୟର ବିଜୟୀ ଭୈରବେ।
ସେ ତ ସାରଥୀ, ତୁମେ ରଥୀ ସାଜ;
ଶାସନ ନୁହେଁ, ଏ ତ ସ୍ଵକୀୟ ସ୍ଵରାଜ।
ପରମ ପୁରୁଷେ ଜଣାଏ ମୁଁ ନତି—
ତାଙ୍କରି କୃପାରୁ ମିଳୁ ଏହି ସ୍ଥିତି।
*************
