Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabyasachi Padhi

Abstract

4.3  

Sabyasachi Padhi

Abstract

ସମ୍ପର୍କ

ସମ୍ପର୍କ

1 min
21


ସମ୍ପର୍କ ସମ୍ପର୍କରେ 

ସମ୍ୟକ ଜ୍ଞାନ ପରିସର ସୀମାହୀନ

ସମୁଚିତ ଭାବେ ସଂକୁଚିତ ହୁଏ 

ସମାଲୋଚିତ ହେବାର ସଠିକ ସମ୍ଭାବନା ଭିତରେ ।

 

ସଂଧ୍ୟାର ସାନ୍ଧ୍ରତା 

ସମଭାବାପନ୍ନ ଜୀବନର ସମ୍ପର୍କ 

ଉନ୍ମାଦ ସମୁଦ୍ରରେ ସାଉଁଟା ହୋଇଆସେ 

ସିମାଙ୍କିତ ଅନ୍ଧକାରର ସତ୍ୟତା ଭିତରେ ।

 

ସମାନ୍ତର ଆକାଶର 

ସୀମାହୀନ ସରହଦ 

ସଂରଚିତ ଶଇବାଳ ପ୍ରାଚୀର ସମ୍ପର୍କ 

ସମୀଚିନ ଅନନ୍ୟ ପ୍ରାନ୍ତର ଦେହରେ ।

 

ସ୍ନିଗ୍ଧ ଶରତର 

ଶ୍ୟାମଳ ଶୋଭାଷିକ୍ତ ଗାଲିଚା 

ସବୁଜିମା - ସାଧବବୋହୂର ସମ୍ପର୍କ 

ଶାଳୀନତାର ରେଖାଙ୍କିତ ଇଲାକା ଭିତରେ ।

 

ଶୃଙ୍ଖଳିତ ଆଶଙ୍କାର 

ସ୍ୱାଭିମାନ ସଂକଳିତ ସ୍ୱାଧୀନତା 

ସମରେ ଶାନ୍ତିର ସମୀର ସମ୍ପର୍କ 

ଶହୀଦର ବୀରୋଚିତ ସ୍ଵରର ମର୍ମରେ ।

 

ଶାମୁକାରେ ମୁକ୍ତା

ଶଲ୍ୟର ସ୍ୱେଚ୍ଛାଚାରୀ ଆତଙ୍କ 

ସତର୍କତାର ଶକ୍ତ ସେନାନୀ ସମ୍ପର୍କ 

ରକ୍ତଦାନ ମୁକ୍ତ ଆକାଂକ୍ଷା  ଭିତରେ ।

 

ଆପ୍ତ ସମାପ୍ତର 

ସମ୍ଭାବନା ସୁରକ୍ଷିତ ଭାବନା 

ସବ୍ୟସାଚୀ ତୀର ସହ ଭୀଷ୍ମର ସମ୍ପର୍କ 

ଶରଶଯ୍ୟା ସମ୍ମୋହିତ ପିତାମହ ଜର୍ଜରିତ ମୁଖେ I


Rate this content
Log in

Similar oriya poem from Abstract