STORYMIRROR

Sabyasachi Padhi

Abstract

4.5  

Sabyasachi Padhi

Abstract

ଜନ୍ମ ଦିନ

ଜନ୍ମ ଦିନ

1 min
11

ଶୁଭ୍ର ସକାଳର 

ଆହ୍ଲାଦିନୀ ଆଲୋକରେ

ନିରବ ସମୟ 

ପ୍ରଶ୍ନ କରେ ଆଜି -

ଜନ୍ମର ଅର୍ଥ?”


ଜନ୍ମ ଦିନ

ବର୍ଷ-ଲେଖା ନୁହେଁ —

ଏକ ନିରବ ବିଚାର,

ଏକ ଆତ୍ମ-ସ୍ୱୀକାର,

ଏକ ଗଭୀର ସ୍ମୃତି-ସଂଧିକ୍ଷଣ।


ସନ୍ତର୍ପଣେ ଖୋଲିଯାଏ 

ଦିବଂଗତ ପୃଷ୍ଠାସବୁ

ଭୁଲର ଛାୟା,ଇଚ୍ଛାର ନୀଳିମା,

ସୁଖ ଦୁଃଖର ଲୁଚକାଳି,

ବିରହ ବିଧୁର ତୀବ୍ର ବେଦନା ।


ସଂସାର ଜଂଜାଳ 

ଜାଳି ଜାଳି ପରଖୁ ଥାଏ

ପଥର ଦେହରେ ଝଟକିବ ଅବା

ସୁବର୍ଣ୍ଣର ଆଭା 

 

ଉପସ୍ଥିତି ତୁମ 

ସ୍ପଷ୍ଟ କରେ

ଅସ୍ତିତ୍ବର  ମର୍ମ

ନଷ୍ଟ କରେ 

ଅହେତୁକ କୃଚ୍ଛ୍ର ସାଧନା 

 

ସଂଧ୍ୟାର ଦୀପଶିଖା 

ଶାନ୍ତ ଆଲୋକ 

କହିଗଲା ମୃଦୁ ସତ୍ୟ 

ଜନ୍ମର ଅର୍ଥ 

ଏକ ନିର୍ଣ୍ଣ।ୟକ ମୁହୂର୍ତ୍ତରେ 

 

ତୁମେ ଯଦି ହୃଦୟର ଦୁର୍ବାର ସ୍ପନ୍ଦନ

ସ୍ୱାଧ୍ୟାୟର ଅନୁଭବୀ

ପ୍ରତ୍ୟେକ ମୁହୂର୍ତ୍ତ

ମୋର ଜନ୍ମ ଦିନ।

**************


Rate this content
Log in

Similar oriya poem from Abstract