STORYMIRROR

Sabyasachi Padhi

Abstract

4.5  

Sabyasachi Padhi

Abstract

ଜନ୍ମ ଦିନ

ଜନ୍ମ ଦିନ

1 min
20

ଶୁଭ୍ର ସକାଳର 

ଆହ୍ଲାଦିନୀ ଆଲୋକରେ

ନିରବ ସମୟ 

ପ୍ରଶ୍ନ କରେ ଆଜି -

“ଜନ୍ମର ଅର୍ଥ?”


ଜନ୍ମ ଦିନ

ବର୍ଷ-ଲେଖା ନୁହେଁ —

ଏକ ନିରବ ବିଚାର,

ଏକ ଆତ୍ମ-ସ୍ୱୀକାର,

ଏକ ଗଭୀର ସ୍ମୃତି-ସଂଧିକ୍ଷଣ।


ସନ୍ତର୍ପଣେ ଖୋଲିଯାଏ 

ଦିବଂଗତ ପୃଷ୍ଠାସବୁ

ଭୁଲର ଛାୟା,ଇଚ୍ଛାର ନୀଳିମା,

ସୁଖ ଦୁଃଖର ଲୁଚକାଳି,

ବିରହ ବିଧୁର ତୀବ୍ର ବେଦନା ।


ସଂସାର ଜଂଜାଳ 

ଜାଳି ଜାଳି ପରଖୁ ଥାଏ

ପଥର ଦେହରେ ଝଟକିବ ଅବା

ସୁବର୍ଣ୍ଣର ଆଭା ।

 

ଉପସ୍ଥିତି ତୁମ 

ସ୍ପଷ୍ଟ କରେ

ଅସ୍ତିତ୍ବର  ମର୍ମ, 

ନଷ୍ଟ କରେ 

ଅହେତୁକ କୃଚ୍ଛ୍ର ସାଧନା ।

 

ସଂଧ୍ୟାର ଦୀପଶିଖା 

ଶାନ୍ତ ଆଲୋକ 

କହିଗଲା ମୃଦୁ ସତ୍ୟ 

ଜନ୍ମର ଅର୍ଥ 

ଏକ ନିର୍ଣ୍ଣ।ୟକ ମୁହୂର୍ତ୍ତରେ ।

 

ତୁମେ ଯଦି ହୃଦୟର ଦୁର୍ବାର ସ୍ପନ୍ଦନ

ସ୍ୱାଧ୍ୟାୟର ଅନୁଭବୀ

ପ୍ରତ୍ୟେକ ମୁହୂର୍ତ୍ତ

ମୋର ଜନ୍ମ ଦିନ।

**************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract