ହସର ଝରଣା
ହସର ଝରଣା
କିପରିବା ହସିପାର ତୁମେ
ଅବରୁଦ୍ଧ ଶ୍ଵାସ
ଦୁଃଖର ଲହରୀ ଯେବେ
ହୃଦୟକୁ ଦୋହଲାଇ ଦିଏ ?
ତୁମ ନୟନର କୋଣେ କିନ୍ତୁ
ଅପୂର୍ବ ଆଲୋକ, ହସର ସୁର ଝଙ୍କାର I
ଆତ୍ମା, ପରମାତ୍ମା
ମାୟା ମୋହର ସଂରଚନା
ସୁଫି , ସନ୍ଥ ଓ ଦାର୍ଶନିକଙ୍କୁ ପଚାରିବା
କିପରିବା ହସିପାର ତୁମେ ,
କରାଳ ମୃତ୍ୟୁର
ରଣାଙ୍ଗନ ମହାଭାରତରେ ?
ତୁମ ମୁଚୁକୁନ୍ଦ ହସ ଉହାଡରେ
ଅନେକ ପ୍ରଶ୍ନ ଉଙ୍କିମାରେ !
ପତ୍ରେ ଗାଆନ୍ତି ଗୀତ,
ପଥିକ ପାଦେ ଦିଅନ୍ତି ଆଶ୍ଵାସ,
ସ୍ବପ୍ନ ସବୁ ଭାଙ୍ଗିଥିଲେ ମଧ୍ୟ
ତୁମ ନିର୍ବିକାର ହସ
କିଛି କିଛି କହିଯାଏ
କିଛି ପ୍ରଶ୍ନ ରହିଯାଏ I
ମୁ ପ୍ରଶ୍ନରେ ବନ୍ଦୀ
ତୁମ ନୀରବତାର ଅଦ୍ଭୁତ ଶକ୍ତି
କହିଥାଏ ଅନାଶକ୍ତ ହସ ଖାଲି
ପ୍ରାର୍ଥନାର ଦିବ୍ୟ ଅନୁଭୁତି I
ଶିଖୁଛି ମୁ ସେହି ମନ୍ତ୍ର
ପ୍ରପଞ୍ଚର ନାସ୍ତିକ ଚଟ୍ଟାଣ ଉପରେ
କିପରି ବହିବ ହସର ଝରଣା
ତୁମକୁ ମୋ ହୃଦୟର ମଧୁ ସମ୍ବର୍ଧନା ,
କରହେ କରୁଣା |
