STORYMIRROR

Sabyasachi Padhi

Abstract

5.0  

Sabyasachi Padhi

Abstract

ସ୍ୱପ୍ନର ରଙ୍ଗମଞ୍ଚ

ସ୍ୱପ୍ନର ରଙ୍ଗମଞ୍ଚ

1 min
207

ସ୍ୱପ୍ନର ରଙ୍ଗମଞ୍ଚ,

ନେୟପଥ୍ୟର କୋଳାହଳ, ଭୁମିକାରେ ନାୟକ ନାୟିକା

ସଙ୍ଗୀତର ସୁମଧୁର ତାନ, କେତେବେଳେ ନିର୍ଵାଚନୀ ଦ୍ଵନ୍ଦ

ହାସ୍ୟରୋଳ, ବେଳେବେଳେ କରୁଣ କ୍ରନ୍ଦନ

ଯବନିକା ପଡ଼େ।


ରାତ୍ରୀର ଅନ୍ଧକାର, ଖଦ୍ୟୋତର ବିହଙ୍ଗମ ଶୋଭାଯାତ୍ରା

ପାଣିଚିଆ ଆକାଶ, ଝିଲିମିଲି ରକ୍ତିମ ସୂର୍ଯ୍ୟ

ସବୁଜ ଗାଲିଚା, ଅସୁମାରୀ ଶିଶିର ବିନ୍ଦୁ

ପ୍ରତ୍ୟୁଷର ସମ୍ୟକ ଆଗମନ।


ସ୍ୱପ୍ନର ରଙ୍ଗମଞ୍ଚ,

ନିଘୋଡ଼ ନିଦ୍ରା, ସତ୍ତାହିନ ଵେବଶ ଜୀବନ

ମାୟା ମରୀଚିକା, ଉନ୍ମୁକ୍ତ ଅନାଶକ୍ତ ଭାବନା

ହଠାତ ଚେଇଁଉଠେ,

ଯବନିକା ପଡ଼େ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract