STORYMIRROR

Sabyasachi Padhi

Abstract Classics Fantasy

4  

Sabyasachi Padhi

Abstract Classics Fantasy

।। ନୂତନ ବର୍ଷ ।।

।। ନୂତନ ବର୍ଷ ।।

1 min
4

ଚାହୁଁ ଚାହୁଁ ଆଜି ବର୍ଷ ପୁରାତନ,

ନେତ୍ର ପଥୁ ହୁଏ ଧୀରେ ଅନ୍ତର୍ଦ୍ଧାନ;

ଅଧରେ ଦିବ୍ୟ କ୍ଷୀଣ ସ୍ମିତ ହାସ,

ସାଉଁଟି ନେଇଛି ସବୁ ଅନୁଭବ,

ଦୁଃଖ ସୁଖ ଆଉ ମାନ-ଅପମାନ।


ହସ-କାନ୍ଦ କେତେ ଜୟ-ପରାଜୟ,

ସଂସାର-ସିନ୍ଧୁର ଜୁଆର ଭଟ୍ଟାରେ;

ନାହିଁ ତାର କ୍ଷୋଭ, ନାହିଁ ଅଭିମାନ,

ଅଦୃଶ୍ୟ ସେ ଆଜି ପୂର୍ଣ୍ଣତା ତୃପ୍ତିରେ,

ମିଶିଯାଏ କାଳ-ମହା ସ୍ରୋତରେ।


ନୂଆ ବର୍ଷ ଆସେ ନୂଆ ସ୍ୱପ୍ନ ନେଇ,

ବାଢୁଛୁ ଆମେ ବି ପ୍ରୀତି-ଆଲିଙ୍ଗନ;

ଆଶାର ସୂର୍ଯ୍ୟକୁ ପାଛୋଟି ନେବାକୁ,

ସଜାଇଛୁ ସ୍ମୃତି-ବେଳାଭୂମି ମନ।


ନାହିଁ ତାର ଆଦି, ନାହିଁ ତାର ଅନ୍ତ,

ସମୟ ତ ଏକ ମାୟାବୀ ଛଳନା;

ଅବିରତ ସ୍ରୋତେ ଅନନ୍ତ ଏ ଆତ୍ମା,

ଦିନ, ଦଣ୍ଡ, ମାସ ନୁହେଁ କିବା ମିଥ୍ୟା?

କାଳର ପଟଳେ ବୃଥା ଏ ଗଣନା।


ସବୁ ଅବାସ୍ତବ, ସବୁ ନିରର୍ଥକ,

ଯେବେ ହଟି ନାହିଁ ମନର ଅନ୍ଧାର;

ତଥାପି ସ୍ୱାଗତ ହେ ନବ-ପ୍ରଭାତ,

ଉତ୍କଣ୍ଠିତ ଆମେ, ଉନ୍ମୁକ୍ତ ଆମର ହୃଦୟର ଦ୍ୱାର।


Rate this content
Log in

Similar oriya poem from Abstract