ଶ୍ରମିକ ସମୁଦାୟ
ଶ୍ରମିକ ସମୁଦାୟ
ଚଳନୀୟ ସମାଜ ହେତୁ ଶ୍ରମିକ ଅତ୍ୟନ୍ତ ଆବଶ୍ୟକ,
କେତେ କଷ୍ଟ ନଷ୍ଟର ସହନ କରେ ପ୍ରତ୍ୟେକ ଶ୍ରମିକ,
କିନ୍ତୁ ମିଳେନି କେବେ ହେଲେ ସମୁଚିତ ପାରିଶ୍ରମିକ,
ତାଙ୍କର ଅନୁପସ୍ଥିତି ଯେ ବାଣିଜ୍ୟ କ୍ରମ ପାଇଁ ଘାତକ |୧|
ସମସ୍ତ ଖାଦ୍ୟଦ୍ରବ୍ୟ ଅନୁଦାନ କରନ୍ତି କୃଷକ,
ଫଳମୂଳ ପରିବାପତ୍ର କେତେ ଯେ ରୋଚକ,
ଗୋକ୍ଷୀର ଦେଇ ଗୋପାଳ ହୁଅନ୍ତି ସହାୟକ,
ଏମାନଙ୍କ ବିନା ସର୍ବ ଜୀବନ ହେବ ନିରର୍ଥକ |୨|
ଗତିବିଧି ଲାଗି ଜରୁରି ଆମକୁ ଗାଡ଼ି ଚାଳକ,
ଓଜନିଆ ଜିନିଷପତ୍ର ବୋଝନ୍ତି ଆମ ବାହକ,
ଜଳ ନଳ ନାଳ ମିସ୍ତ୍ରୀଙ୍କ କାମ ଯେ ସାମାଜିକ,
ବିଜୁଳି କାରିଗର ହେଲେ ଆମର ପରିଚାଳକ |୩|
ନାଳନର୍ଦ୍ଦମାର ନିଷ୍କାସନ କର୍ମୀଙ୍କର ଭୂମିକା ଯେ ସ୍ୱାସ୍ଥ୍ୟରକ୍ଷାମୂଳକ,
ଧୋବା ଝାଡ଼ୁଦାର ସ୍ଥାନାନ୍ତରିତ ମଜୁରିଆଙ୍କ ଜୀବିକା ଯେ ସାମୟିକ,
ଅଭୁଲା ଯେ ନିରାପତ୍ତାରକ୍ଷୀ ରୋଷେଇଆ ସେବାକାରିଣୀ ସେବକ,
ଦୈନଦିନ ଚଳାଚଳ ନିଶ୍ଚ
ଳ ହୁଏ ନାହାନ୍ତି ଯେବେ ମୌଳିକ ଉତ୍ପାଦକ |୪|
କୁମ୍ଭାର ସୃଜନ କରନ୍ତି କଣ୍ଢେଇ ମାଟିହାଣ୍ଡି ବାଇହାଣ୍ଡି ଦୀପକ,
ବିଶ୍ଵକର୍ମା ସେବାୟତ ନିର୍ମାଣ କରନ୍ତି ଶ୍ରୀଜୀଉଙ୍କ ରଥ ରଥଚକ,
ବଢ଼େଇ ଚିତ୍ରକର ମୂର୍ତ୍ତିଶିଳ୍ପୀ ନିଜ କର୍ମକ୍ଷେତ୍ରରେ ସଦା ପ୍ରେରକ,
ନାଥଙ୍କ ସେବା କରନ୍ତି ଟାହିଆ କାରିଗର କୋଠଭୋଗ ପାଚକ |୫|
କର୍ମକାର ସ୍ଵର୍ଣ୍ଣକାରଙ୍କର ପ୍ରବୃତ୍ତି ଯେ ପ୍ରେରଣା ଦାୟକ,
ସମ୍ମାନାସ୍ପଦ ଯେ ବୁଣାକାର ଦରଜି ସମ୍ବାଦପତ୍ର-ବାଳକ,
ନଗଣ୍ୟ ନୁହନ୍ତି କେବେ ବି ରାଜମିସ୍ତ୍ରୀ ବାରିକ ପ୍ରସାଧକ,
ଆମ ଜୀବନରେ ଆଲୋକ ଭରିଛନ୍ତି ଏ କାମିକା ଲୋକ |୭|
ଶ୍ରମିକ ସମୁଦାୟ ସର୍ବଦା ହେଲେ ସଂସାରରେ ବଡ଼ଲୋକ,
ମଜଦୁର ହେଲେ ଆମର ଦିନଚର୍ଯ୍ୟାର ଅନିବାର୍ଯ୍ୟ ନାବିକ,
କ୍ରୟ ବିକ୍ରୟ ବ୍ୟୟ ସଞ୍ଚାଳନରେ ହେଲେ ମୁଖ୍ୟପାତ୍ର ଧାରକ,
ସଙ୍ଘରେ ସଶକ୍ତ ନିୟମ ଦ୍ୱାରା କରାଯାଉ ତାଙ୍କୁ ମହାନାୟକ |୮|