Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Classics Inspirational

4  

Sadananda Sahoo

Classics Inspirational

ଶ୍ରୀରାମ ନବମୀ

ଶ୍ରୀରାମ ନବମୀ

1 min
214



ତ୍ରେତୟା ଯୁଗର କାହଣୀ ପ୍ରତୀତ

    ଭାରତୀୟ ଭାଵଧାରା ; 

ପ୍ରଭୁ ରାମଚନ୍ଦ୍ର ଜନମ ବୃତ୍ତାନ୍ତ

    ଯୁଗଶ୍ରେଷ୍ଠ ବାର୍ତ୍ତା ପରା   !


ଧରାଵତରଣ କରିଥିଲେ ରାମ

    ଜଗତ ମଙ୍ଗଳ ପାଇଁ ;

 ଅନ୍ୟାୟ ଅନୀତି ଲୋପ କଲେ ଜାଣି

    ପ୍ରଭୁ ରଘୁବୀର ସାଇଁ  !


ଚୈତ୍ର ଶୁକ୍ଳପକ୍ଷ. ନବମୀ ସଂଯୋଗ

     ପ୍ରଭୁଙ୍କ ଜନମ ତିଥୀ ;

ମହାର୍ଘ ତିଥିର ମହା ବିଶେଷାଙ୍କ

    ପାଳୁଛି ଭାରତ ଆଜି  !


କୌଶଲ୍ୟା ନନ୍ଦନ ଦାଶରଥି ସୁତ

    ସୂର୍ଯ୍ୟବଂଶୀ ମହାରାଜା ;

ମାନବ ରୂପରେ ଲୀଳାଖେଳା କଲେ

    ରାକ୍ଷସଙ୍କୁ ଦେଲେ ସଜା  !


ପିତୃ ସତ୍ୟପାଳି ବନେ ଗଲେ ଚଳି

    ଦୁଃଖକୁ ବରଣ କରି ;

ଚଉଦ ବରଷ ବନେ କଲେ ବାସ

   ଭାଗ୍ୟକୁ ନେଲେ ଆବୋରି  !


ଉଦାର ହୃଦୟ ମର୍ଯ୍ୟାଦା ପୁରୁଷ

    ଭାତୃସ୍ନେହିଁ ପ୍ରାଣବନ୍ତ.;

ପ୍ରଜାବତ୍ସଳର ଉଜ୍ଜ୍ବଳ ପ୍ରଦୀପ

   ସୀତୟାଙ୍କ ମହାକାନ୍ତ.  !

ରାମାୟଣ ଗାଥା  ଭାରତୀୟ ସତ୍ତା

     ସ୍ମୃତି ଚିତ୍ରପଟ ଛବି  ;

ବାଲ୍ମିକୀ ଋଷିଙ୍କ ମହା ସମର୍ପଣ

     ଅନୁଭବ କରେ କବି !


 ଯୁଗଯୁଗ ଧରି ରହିଥିବ ବଞ୍ଚି

    ରାମାୟଣ ମହାଗ୍ରନ୍ଥ.;

ପ୍ରଭୁଙ୍କ ବୃତ୍ତାନ୍ତ ହେବତ ପ୍ରତୀତ

   ଗାଉଥିବେ ସାଧୁ ସନ୍ଥ. !


 ରାବଣ ରାକ୍ଷସ ଅନ୍ୟାୟ ପ୍ରତୀକ

   ରାମନାମ ମୋକ୍ଷ ଧର୍ମ ; 

ହେ'ରଘୁ ନନ୍ଦନ. ଶତ ପ୍ରଣିପାତ

    ଆଜି ତଵ ମହାପର୍ବ. ! 


 ତ୍ରେତୟା ଯୁଗର ଅଯୋଧ୍ୟା ନଗର

     ଆଜିବି ଦଣ୍ଡାୟମାନ.;

ପବିତ୍ର ଭୂମିରେ  ଭକ୍ତଜନ ସ୍ମରେ

    ହେ'ରଘୁ ନନ୍ଦନ ଧନ !

       



Rate this content
Log in

Similar oriya poem from Classics