ଶ୍ରୀରାଧା
ଶ୍ରୀରାଧା
ତୁମେ କୃଷ୍ଣଙ୍କ କୃଷ୍ଣା
ତୁମେ ଅନ୍ତହିନ ତୃଷ୍ଣା
ତୁମେ ଶାରଦା ବରଦା
ଶାଶୁଙ୍କ ଅଗ୍ନିର ବହ୍ନି
ଚନ୍ଦ୍ରସେଣାଙ୍କ ଦିରୁକ୍ତି
ନଣନ୍ଦଙ୍କ ବିରକ୍ତି
ମାତ୍ର ବିଶାଖାର ସଖି
ଲଳିତାର ପଦ୍ମମୁଖୀ
ଆଉ କୃଷ୍ଣଙ୍କର ଶ୍ରୀରାଧା
ଗୋପର ଅବଳା ରାଧା
ଯମୁନା ଯିବାରେ ବାଧା
କାହ୍ନୁ ବଂଶୀ ସ୍ୱରେ ଶ୍ରଦ୍ଧା
ଗୋପାଳୁଣୀ ପିଆସୀ
ମନ ଅଥୟ ଉଦାସୀ
ପ୍ରୀତିରେ ବାନ୍ଧି ପରଦେଶୀ
ତୁମେ ପଦ୍ମବନ ପାପ
କୃଷ୍ଣ କୃଷ୍ଣ ଯେତେ ଜପ
କୃଷ୍ଣଙ୍କୁ ବାନ୍ଧିପାରିଲ କରି ତପ
ଅସ୍ଥିରମନା ମାନିନୀ
ଉଜାଗରେ ଯାମିନୀ
କୃଷ୍ଣ ପଳାୟନପନ୍ଥି
ତୁମେ ଆଜନ୍ମ ତପସ୍ୱୀ ସ୍ୱାଦ୍ଧି
ଲେଖିଥିଲା କପାଳେ ବିଧି
କୃଷ୍ଣ ସିନା ତେଜିଲେ
ମନୁଷ୍ୟମାନେ କୃଷ୍ଣ ମୂର୍ତ୍ତୀ
ପାର୍ଶ୍ଵରେ ତୁମକୁ ପୂଜି
ପାରିଲେକି ଶ୍ରୀରାଧା ତେଜି
ତୁମେ ଶ୍ରୀରାଧା ତବ ପଦ ଭଜି
ବିତୁ ଜୀବନ ଏ ମଣିଷ ଆଜି ରାଜି ।
