STORYMIRROR

Sunanda Mohanty

Abstract Classics Thriller

3  

Sunanda Mohanty

Abstract Classics Thriller

ଶ୍ରୀରାଧା

ଶ୍ରୀରାଧା

1 min
180


ତୁମେ କୃଷ୍ଣଙ୍କ କୃଷ୍ଣା

ତୁମେ ଅନ୍ତହିନ ତୃଷ୍ଣା

ତୁମେ ଶାରଦା ବରଦା

ଶାଶୁଙ୍କ ଅଗ୍ନିର ବହ୍ନି

ଚନ୍ଦ୍ରସେଣାଙ୍କ ଦିରୁକ୍ତି

ନଣନ୍ଦଙ୍କ ବିରକ୍ତି

ମାତ୍ର ବିଶାଖାର ସଖି

ଲଳିତାର ପଦ୍ମମୁଖୀ

ଆଉ କୃଷ୍ଣଙ୍କର ଶ୍ରୀରାଧା

ଗୋପର ଅବଳା ରାଧା

ଯମୁନା ଯିବାରେ ବାଧା

କାହ୍ନୁ ବଂଶୀ ସ୍ୱରେ ଶ୍ରଦ୍ଧା

ଗୋପାଳୁଣୀ ପିଆସୀ

ମନ ଅଥୟ ଉଦାସୀ

ପ୍ରୀତିରେ ବାନ୍ଧି ପରଦେଶୀ

ତୁମେ ପଦ୍ମବନ ପାପ

କୃଷ୍ଣ କୃଷ୍ଣ ଯେତେ ଜପ

କୃଷ୍ଣଙ୍କୁ ବାନ୍ଧିପାରିଲ କରି ତପ

ଅସ୍ଥିରମନା ମାନିନୀ

ଉଜାଗରେ ଯାମିନୀ

କୃଷ୍ଣ ପଳାୟନପନ୍ଥି

ତୁମେ ଆଜନ୍ମ ତପସ୍ୱୀ ସ୍ୱାଦ୍ଧି

ଲେଖିଥିଲା କପାଳେ ବିଧି

କୃଷ୍ଣ ସିନା ତେଜିଲେ 

ମନୁଷ୍ୟମାନେ କୃଷ୍ଣ ମୂର୍ତ୍ତୀ

ପାର୍ଶ୍ଵରେ ତୁମକୁ ପୂଜି

ପାରିଲେକି ଶ୍ରୀରାଧା ତେଜି

ତୁମେ ଶ୍ରୀରାଧା ତବ ପଦ ଭଜି

ବିତୁ ଜୀବନ ଏ ମଣିଷ ଆଜି ରାଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract