STORYMIRROR

Bijaya kumar panda

Classics Inspirational Others

4  

Bijaya kumar panda

Classics Inspirational Others

ଶ୍ରୀଫଳ ର ମହକ

ଶ୍ରୀଫଳ ର ମହକ

1 min
170

ଆହେ କାଳିଆ ତୁମରି କାହିଁକି ପ୍ରିୟ ନଡ଼ିଆ

       ପଇଡ଼଼ ର ରଙ୍କ ଆମ ପଞ୍ଚ ଦେବତା

ପ୍ରତି ଘଟରେ କରିିିିଥାଉ ତାକୁ ସ୍ଥାପନା

       ମାଆ ତାରିଣୀଙ୍କ ପାଇଁ ନଡିଆ କୋରା।


ଆଗ ଡାକରା ହୁଅ ସବୁ ଶୁୁୁଭ କାର୍ଯ୍ୟର

        ଗରୀବର ଦୁଃଖ ତୁମେ ହରଣ କର

ପଇଡର ପା ଅଟେ ବଡ଼ ମଧୁର

       ରୋଗ ବୈରାଗ ସବୁ କରଇ ଦୂର।


ରୋଷଘର ତରକାରୀ ସୁଆଦ କରୁ

       ସ୍ନେହସାର ପୁୁଷ୍ଟିସାର ଦେହରେ ଭରୁ

ତୋ ତେଲ କୁ ଦେହେ ମାଖୀ ଚିିକ୍କ୍ଣ ଦିିିିଶୁ

        ମୁୁୁଣ୍ଡ ଥଣ୍ଡା ରଖି କେତେ ଜ୍ଞାନ ତୁ ଭରୁ।


ଘର କରଣା ଜିନିଷ ତିଆରି କରୁ

        ପ୍ରଥମ ସେବା ତୋ ଝାଡ଼ୁରେ କରୁ

ଆଧ୍ୟାତ୍ମିକ ଗୁଣକୁ କିିିଏ ସରି ହୋଇବ

       ପରୋପକାର ପାଇଁ ତୁମେ ଜନମ।


ଖାଦ୍ୟ ବସ୍ତ୍ର ବାସ ତୃଷ୍ଣା ନିବାର କର

      ଦେବତୁୁଲ୍ୟ ବୃକ୍ଷ ଅଟ ତୁହି ଆମର

ମାଡ଼ି ଅଇଲା ଫନି ରୂପେ କଳାପାହାଡ଼ 

      ଚାଲିଗଲା କରି କେତେ ସେ ଛାରଖାର।


ବାଲିଆ ମାଟିରେ ତୋର ବଡ଼ ପସନ୍ଦ

       ଉପକୂଳବର୍ତ୍ତୀ ବାସୀ ଥାଉ ସାରା ରାଇଜ

ଲବଣ ମୃତ୍ତିକା ସୁଆଦରେ ବଡୁ ବହୁତ

       ଖର୍ଚ୍ଚ କାଟ୍ ଅମଳରେ ତୁହି ସମ୍ଭାର।


ଦାରିଦ୍ର୍ୟ ଦୂରୀକରଣ ପାଇଁ ନଡିଆ

       ଶ୍ରୀଫଳ ଭାବରେ ସେ ହୋଇଛି ଗଣା

ବିିଶ୍ଵ ଦରବାରେ ଆଜି ତୋର ମାନ୍ୟତା

       ଗରୀବର ଭାତହାଣ୍ଡି ପୁୁୁଣି ଜୀବିକା।


ତୁୁମ ଉତ୍ପାଦନେ ଆମେ ରଖିଛୁ ଆଖି

       ସଚେତନ ହୋଇଅଛୁ ଭାରତ ବାସୀ

ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିିିନୋ ଆଖି

    ଶ୍ରାବଣ ପୂର୍ଣ୍ଣିମାା ରେ ଏ ଦିବସ ପାଳନ କରୁୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics