STORYMIRROR

Bauribandhu Lenka

Fantasy Inspirational

4  

Bauribandhu Lenka

Fantasy Inspirational

ଶ୍ରୀମାଙ୍କ ସ୍ମରଣେ

ଶ୍ରୀମାଙ୍କ ସ୍ମରଣେ

1 min
196

ଶ୍ରୀମାଙ୍କ ସ୍ମରଣେ

==========

କୋଟୀ ଜନତାର ମାତା ଥିଲ ତୁମେ

ବିଶ୍ୱ ଥିଲା ତୁମ ପରିବାର

ସୁନ୍ଦର ସୁଢଳ ହସ ହସ ମୁଖ

ଦିବ୍ୟ ଆଭା ଥିଲା ଭରପୁର ॥


ଜନ୍ମଭୂମି ଥିଲା ପ୍ୟାରିସ ନଗରୀ

କର୍ମଭୂମି ତୁମ ପଣ୍ଡିଚେରୀ

ଯୋଗୀ ଅରୋବିନ୍ଦ ସମ୍ପର୍କେ ଆସିଲ

ସନ୍ନ୍ୟାସ ଧର୍ମକୁ ନେଲ ବରି ॥


କଳା କ୍ରୀଡା ଆଉ ସଙ୍ଗୀତ କ୍ଷେତ୍ରରେ

ଥିଲା ରୁଚି ଥିଲା ନିପୁଣତା

ବାଲ୍ୟକାଳୁ ଅନୁଭବ କରିଥିଲ

ମନରେ ତୁମର ଦିବ୍ୟ ସତ୍ତା ॥


ବିବେକାନନ୍ଦଙ୍କ ରାଜଯୋଗ ଆଉ

ହିନ୍ଦୁଧର୍ମ ଭଗବଦ ଗୀତା

ବଦଳାଇ ଦେଲା ଜୀବନର ପଥ

ହେଲ କୋଟୀ ଜନତାର ମାତା ॥


ଉଦ୍ଭାସିତ ହେଲା ଦିବ୍ୟ ଆଭା ତୁମ

ଆକର୍ଷିତ କୋଟୀ ନର ନାରୀ

ସାରା ବିଶ୍ୱରେ ବିକ୍ଷାତ ହୋଇଲା

ଅରୋଭିଲ ଆଉ ପଣ୍ଡିଚେରୀ ॥


ଯୋଗୀ ଅରୋବିନ୍ଦ ଦେହ ତ୍ୟାଗ କଲେ

ଦୁଃଖରେ ତ ପଡିଲନି ଭାଙ୍ଗି

ଗୁରୁଙ୍କର ଶିକ୍ଷା ନୂତନ ଚେତନା

ହୄଦେ ତୁମ ଉଠିଥିଲା ଜାଗି ॥


ଜୀବନ ଦର୍ଶନ ଯୋଗ ଆଉ ଧ୍ୟାନ

ଶିକ୍ଷା ସହ ତୁମେ କଲ ଯୁକ୍ତ

ଆଗାମୀ ପିଢିର ମଣିଷ ପାଇଁକି

ଦେଲ ସରଳ ଓ ସୁସ୍ଥ ପଥ ॥


ଶରୀରକୁ ତୁମେ ତ୍ୟାଗ କରିଅଛ

ରହିଅଛି ତୁମ ଦିବ୍ୟ ବାଣୀ

ଯିଏ ସେ ବୁଝିଛି ସେ ଅମୃତ ବାଣୀ

ଜୀବନ ଜିଇବା ପାରେ ଜାଣି ॥

     


Rate this content
Log in

Similar oriya poem from Fantasy