STORYMIRROR

Raja Sekhar CH V

Abstract

4  

Raja Sekhar CH V

Abstract

ଶ୍ରୀକ୍ଷେତ୍ରାଧିପତି ନୀଳାଚଳପତି

ଶ୍ରୀକ୍ଷେତ୍ରାଧିପତି ନୀଳାଚଳପତି

1 min
244

ନମସ୍ୟ ନମନୀୟ ନରପତି ନୀଳାଚଳପତି,

ପରମପୂଜ୍ୟ ପୂଜନୀୟ ଆମ ଶ୍ରୀକ୍ଷେତ୍ରାଧିପତି,

ଶୁଣନ୍ତି ବୁଝନ୍ତି ଭକତଙ୍କ ମତିଗତି ମନୋଗତି,

ଚକାନୟନଙ୍କ କୃପା ଅନୁକମ୍ପାରୁ ମିଳେ ସଦ୍ଗତି ।୧।


ରାଜାଧିରାଜନଙ୍କ ସୁବର୍ଣ୍ଣ ଶ୍ରୀଚରଣରେ ଯାଚନ୍ତୁ ଶରଣାଗତି,

ରାଜରାଜେଶ୍ୱରଙ୍କ ରୀତିନୀତିରୁ ଶିଖନ୍ତୁ ସୈଦ୍ଧାନ୍ତିକ ପଦ୍ଧତି,

ଶ୍ରୀମନ୍ଦିର ଶ୍ରୀପତିଙ୍କ ଶ୍ରୀପାଦ ପଦ୍ମପାଦଙ୍କୁ କରନ୍ତୁ ନତି ପ୍ରଣତି,

ନୀଳାଦ୍ରିନାଥଙ୍କ ପାଖରୁ ସତତ ନିଅନ୍ତୁ ଶୁଭକାର୍ଯ୍ୟର ଅନୁମତି ।୨।


ମହାବୀର ବାସୁଦେବ ହେଉଛନ୍ତି ବିଶିଷ୍ଟ ବିଭୁତି,

ପୁଣ୍ଡରୀକାକ୍ଷଙ୍କ ପ୍ରତି ଗୀତି ଏକକ ଅଦ୍ଵିତୀୟ କୃତି,

ରଙ୍ଗାଧର ସ୍ମିତହାସ ସହ ପ୍ରପତ୍ତିକୁ ଦିଅନ୍ତି ସମ୍ମତି,

ଲକ୍ଷ୍ମୀବଲ୍ଲଭଙ୍କ ସଙ୍କୀର୍ତ୍ତନ ଦିଅନ୍ତି ଅନନ୍ୟ ଅନୁଭୂତି |୩|



Rate this content
Log in

Similar oriya poem from Abstract