STORYMIRROR

Bidyadhar Mantry

Inspirational Others

4  

Bidyadhar Mantry

Inspirational Others

ଶ୍ରୀହୀନ

ଶ୍ରୀହୀନ

1 min
387


ରଙ୍ଗ ପ୍ରିୟ କଳା ପ୍ରିୟ ରଙ୍ଗିଲା ସାଆନ୍ତେ

ରତ୍ନ ବେଦୀ ରେ ଉଭା

କାଳିଆ ରଙ୍ଗ ନିଜର, କିନ୍ତୁ ରଙ୍ଗ ପ୍ରିୟ

ରଙ୍ଗ ବେରଙ୍ଗ ପସରା ସହିତ 

ଆରୋହଣ ରତ୍ନ ସିଂହାସନ

ଆଖି ଯାଏ ଲାଖି, ଦେଖିଲେ ସେ ରୂପ  ।

ଏବେ ନଗର ପରିଭ୍ରମଣ 

ଖାଲି ଖାଲି ରତ୍ନ ସିଂହାସନ

ରଙ୍ଗ ର ପସରା ମେଲାଇ 

ବଡ ଦାଣ୍ଡରେ ଗହଳି

ରଙ୍ଗ ବେରଙ୍ଗ ରେ ବଡ଼ଦାଣ୍ଡ ଶୋଭା।

  

ସାଆନ୍ତେ ପରା ରଙ୍ଗ ପ୍ରିୟ ।

ଯେଉଁଠି ସାଆନ୍ତେ ସେଇଠି ରଙ୍ଗ

କାଳିଆ ରଙ୍ଗରୁ କଳାକୃତି 

କାଳିଆ ହାତରେ ରଙ୍ଗ,ମନରେ ରଙ୍ଗ

ରଙ୍ଗ ର ଅଦ୍ୱିତୀୟ ସମ୍ରାଟ!

ରତ୍ନ ବେଦୀ ଖୋଜୁଛି 

ଦର୍ଶକ କୁ ପଚାରୁଛି, କାହିଁ ସେ କାଳିଆ

ତା' ବିନା ଏଠି ଆଉ ରଙ୍ଗ ନାହିଁ

ଭକ୍ତଙ୍କ ଗହଳି ନାହିଁ

ଭକ୍ତ ବି କହୁଛି,ଏଠି ଆଉ ରଙ୍ଗ ନାହିଁ!

 କାଳିଆ ବିନା ସିଂହାସନ, ରତ୍ନବେଦୀ ଶ୍ରୀହୀନ ।।



Rate this content
Log in

Similar oriya poem from Inspirational