Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Classics

4  

Ansuman Swain

Classics

ଶ୍ରୀ ଜଗନ୍ନାଥଙ୍କ ଅଷ୍ଟତ୍ତର ସତନାମ

ଶ୍ରୀ ଜଗନ୍ନାଥଙ୍କ ଅଷ୍ଟତ୍ତର ସତନାମ

1 min
436


ତୁମେ ଅବିନାଶ ତମେ ଜଗଦୀଶ

ତୁମେ ଅନ୍ତରର୍ଯ୍ୟାମୀ ତୁମେ ଜଗନ୍ନାଥ ।


ତୁମେ କରୁଣା ସିନ୍ଧୁ ତୁମେ କୃପାସିନ୍ଧୁ

ତୁମେ ଭକ୍ତବନ୍ଧୁ ତୁମେ ଜଗବନ୍ଧୁ ।


ତୁମେ ଅଗତିର ଗତି ତୁମେ କୃପାବାରିଧି

ତୁମେ କମଳଲୋଚନ ତୁମେ କୃପାନିଧି ।


ତୁମେ କଳାଶ୍ରୀମୁଖ ତୁମେ ଆରତତ୍ରାଣ

ତୁମେ କମଳାବଲ୍ଳଭ ତୁମେ ଅରକ୍ଷ ରକ୍ଷଣ ।


ତୁମେ କରୁଣାକର ତୁମେ କୃପାସାଗର

ତୁମେ କଳାବଦନ ତୁମେ କଳାଠାକୁର ।


ତୁମେ କୁଞ୍ଜନୀଳଗିରି ତୁମେ କମଳାପତି

ତୁମେ କଳାକେଶରୀ ତୁମେ ଖଗପତି ।


ତୁମେ କଳିଆସାଆନ୍ତ ତୁମେ କଳ୍ପବଟ ମୂଳବାସୀ

ତୁମେ ଗର୍ବଗଞ୍ଜନ ତୁମେ କଳିଆହାତୀ ।


ତୁମେ ଗରୁଡ଼ ଧ୍ଵଜ ତୁମେ ଗରୁଡ଼ାସନ

ତୁମେ ଚକାଆଖି ତୁମେ ଚକାନୟନ ।


ତୁମେ ଚିନ୍ତାମଣି ତୁମେ ଚତୁର୍ଭୁଜ

ତୁମେ ଚକ୍ରଧର ତୁମେ ଜଗଦୀଶ ।


ତୁମେ ଜଗତ ପାଳନକରି ତୁମେ ଜଗମୋହନ

ତୁମେ ଜଗତନାଥ ତୁମେ ଦୁଃଖନାଶନ ।


ତୁମେ ଦୀନବନ୍ଧୁ ତୁମେ ଦଇତାରୀ

ତୁମେ ଦୟାମୟ ତୁମେ ନୀଳାଦ୍ରିବିହାରୀ ।


ତୁମେ ଦାରୁ ଦେବତା ତୁମେ ଦଧିବାବନ

ତୁମେ ଦୟାଳୁମଣୀ ତୁମେ ଦରିଦ୍ରଭଞ୍ଜନ ।


ତୁମେ ଦେବରାଜ ତୁମେ ଦେବାଧିରାଜ

ତୁମେ ନୀଳାଦ୍ରିକେଶରୀ ତୁମେ ନୀଳଗିରିନାଥ ।


ତୁମେ ନୀଳାଚଳବାସୀ ତୁମେ ନୀଳାଚଳ ସାଇଁ

ତୁମେ ନୀଳାଦ୍ରିକଣ୍ଠରବ ତୁମେ ନୀଳଗିରି ସାଇଁ ।


ତୁମେ ନୀଳଚକ୍ର ତୁମେ ନାରାୟଣ

ତୁମେ ପଦ୍ମମୁଖ ତୁମେ ପଦ୍ମଚରଣ ।


ତୁମେ ନୀଳାଚଳବିହାରୀ ତୁମେ ପଙ୍କଜଚରଣ

ତୁମେ ନୀଳାଚଳ କଳାକାର ତୁମେ ପତିତପାବନ ।


ତୁମେ ପୁରୁଷୋତ୍ତମ ତୁମେ ପଙ୍କଜ ନୟନ

ତୁମେ ପରମେଶ୍ୱର ତୁମେ ପଦ୍ମଲୋଚନ ।


ତୁମେ ବଳିଆରଭୂଜ ତୁମେ ବଡ଼ଠାକୁର

ତୁମେ ବିଚିତ୍ରକର୍ମା ତୁମେ ଗଙ୍ଗାଧର ।


ତୁମେ ଭୁବନମୋହନ ତୁମେ ବିଶ୍ଵବିହାରୀ

ତୁମେ ମହାବାହୁ ତୁମେ ଭବ ନାଉରୀ ।


ତୁମେ ମାୟାଧର ତୁମେ ମାନ ଉଦ୍ଧାର

ତୁମେ ମନୁଆରାଜା ଶ୍ରୀରଙ୍ଗା ଚରଣ ।


ତୁମେ ମୋହଦଧିକୂଳ ବାସୀ ତମେ ରଙ୍ଗାଧର

ତୁମେ ଲକ୍ଷ୍ମୀପତି ତୁମେ କ୍ଷମାସାଗର ।


ତୁମେ ଶେତ୍ୱପଦ୍ମ ତୋଳା ଶଙ୍ଖକ୍ଷେତ୍ର ମଉଡ଼ମଣୀ

ତୁମେ ଶ୍ରୀକ୍ଷେତ୍ର ବଲ୍ଲଭ ତୁମେ ଶ୍ରୀକ୍ଷେତ୍ର ମଉଡ଼ମଣୀ ।


ତୁମେ ନୀଳଶୈଳ ତୁମେ ସିନ୍ଧୁଜେମା ପ୍ରାଣଧନ

ତୁମେ କ୍ଷେତ୍ରମୋହନ ତୁମେ ସର୍ବଶକ୍ତିମାନ ।


ତୁମେ କ୍ଷେତ୍ରମଣୀ ତୁମେ ସିନ୍ଧୁସୁତାପତି

ତୁମେ କ୍ଷେତ୍ରବାସୀ ତୁମେ ସର୍ବଜୀବ ପତି ।


Rate this content
Log in

Similar oriya poem from Classics