Ramachandra Bhutia

Abstract Classics Inspirational

3  

Ramachandra Bhutia

Abstract Classics Inspirational

ଶ୍ରୀ ବ୍ରହ୍ମଚାରିଣୀ

ଶ୍ରୀ ବ୍ରହ୍ମଚାରିଣୀ

1 min
391


ଅନନ୍ତ ସ୍ୱରୂପା     ଆଦିଅନ୍ତ ନାହିଁ

    ମହାମାୟୀ ଯୋଗମାୟା

ଜଗତ ଜନନୀ     ପାଳନ କାରେଣୀ

    କରିଥାଅ ବାରେ ଦୟା


ନବରାତ୍ର ମଧ୍ୟେ     ଦ୍ଵିତୀୟ ଦିନରେ

    ବ୍ରହ୍ମଚାରିଣୀ ରୂପରେ

ସ୍ଵଧିଷ୍ଠାନ ଚକ୍ରେ     ମନକୁ ଲଗାଇ

    ସାଧକ ପୂଜନ କରେ


ବ୍ରହ୍ମ ଆଚରଣି     ତପଶ୍ଚାରିଣୀ ମା

    ବ୍ରହ୍ମେ ସଦା ତୁମ୍ଭ ମତି

ଭବ୍ୟ ରୂପ ତୁମ୍ଭ     ଅତି ମନୋହର

    କୋଟି ସୂର୍ଯ୍ୟ ସମ ଜ୍ୟୋତି


ବାମହସ୍ତେ କମଣ୍ଡଳୁ     ସୁଶୋଭିତ

    ଦକ୍ଷହସ୍ତେ ଅକ୍ଷମାଳା

ପର୍ଣ୍ଣ ତ୍ୟାଗ କରି     ଅପର୍ଣ୍ଣା ହୋଇଲ

    ମାତା ଗିରିରାଜ ବାଳା


ଉମା ନାମ ତୁମ୍ଭ     ହୋଇଲା ଜନନୀ

    ଆଚରି ଅଖଣ୍ଡ ତପ

ବ୍ରହ୍ମା ସିଦ୍ଧ ୠଷି     ହୋଇଲେ ତଟସ୍ଥ

    କରିଥିଲେ କୃତ୍ୟ କୃତ୍ୟ


ଚନ୍ଦ୍ରମୌଳି ଶିବ     ହୋଇଣ ପ୍ରସନ୍ନ

    ପତ୍ନୀ ରୂପରେ ବରିଲେ

ଶକ୍ତିମୟୀ ମାତା     ତୁମ୍ଭକୁ ଲଭିଣ

    ଶିବ ଉମାପତି ହେଲେ


ବୈରାଗ୍ୟଦାୟିନୀ     ତପ ଆଚରଣୀ

    ମିନତି ହେଉ ମା ଘେନା

ସଦାଚାରୀ କର     ଇନ୍ଦ୍ରିୟ ସଂଯମୀ

    ଏତିକି ମୋର ପ୍ରାର୍ଥନା


କୃପାମୟୀ ତୁମ୍ଭ     କରୁଣା ଆଶିଷେ

    କର୍ତ୍ତବ୍ୟେ ରହୁ ମୋ ମନ

ଦୟାମୟୀ ମାତା     ସୁଦୟା କରିଣ

    ଅଧମ ଦୋଷ ନ ଘେନ


Rate this content
Log in

Similar oriya poem from Abstract