STORYMIRROR

Bijoy Jena

Classics Inspirational Others

4  

Bijoy Jena

Classics Inspirational Others

ଶ୍ରୀ ଅରବିନ୍ଦଙ୍କ ବାଣୀ

ଶ୍ରୀ ଅରବିନ୍ଦଙ୍କ ବାଣୀ

1 min
1.4K

ଶ୍ରୀଅରବିନ୍ଦଙ୍କ   ନିସୃତ ବାଣୀଏ

   ଘେନ ହେ ସାଧକ ଗଣ

ମନ ଅଟେ ଏକ    ଉଜ୍ଜଳ ପଥିକ

   ଆକାଶ ମାର୍ଗେ ଗମନ।


ଧରା ବକ୍ଷେ ପାଇ  ଖଞ୍ଜର ସ୍ବୀକୃତି

     ମନ୍ଥର ମନ୍ଥର ଗତି

ଯୁଗ ଯୁଗ ଧରି  ଏହି ବ୍ୟବସ୍ଥାରେ

   ସହଚରୀ ତାର ନେତି।


ମନର କଥାରେ  ଚାଳିତ ହୋଇଲେ

    ମିଳିଥାଏ ଅଧୋଗତି

ତଥାପି ରହିଛି  ଶତ ସମ୍ଭାବନା

   ଉତଥାନ ପରବର୍ତ୍ତୀ।


ସେଥିପାଇଁ ଲୋଡା  ସଞ୍ଜମ ସାଧନା

      କ୍ଷଣ କ୍ଷଣ ପ୍ରତିକ୍ଷଣ

ମନର ଆୟତ୍ତ   କରି ପାରିଲେତ

   ପରେ ଆସେ ସିଦ୍ଧ ଜ୍ଞାନ।


ମାନବ ଜନ୍ମକୁ ସାର୍ଥକ କର ହେ

    ଅତି ମାନସର ନେତ୍ରେ

ଆଗାମୀ କାଲିର ସୁନେଲୀ ପ୍ରଭାତେ

    ପଥ ଦିଶି ଯିବ କେତେ।


ବୃହତ୍ତର ସ୍ବାର୍ଥେ   ବଳି ଦେଇ ଦିଅ

    ଅଛି ଯେତେ ସଂକୀର୍ଣ୍ଣତା

ଆପେ ଗଢା ହେବ ଦିବ୍ୟ ଜନନୀଙ୍କ

    ସୁନ୍ଦର ଧରିତ୍ରୀ ମାତା।



Rate this content
Log in

Similar oriya poem from Classics