STORYMIRROR

Sambit Srikumar

Inspirational Others

3  

Sambit Srikumar

Inspirational Others

ଶ୍ରେଷ୍ଠ ସୁଖୀ

ଶ୍ରେଷ୍ଠ ସୁଖୀ

1 min
89


ଏଇ ଦୁନିଆଁର ସବୁଠୁ

ସୁଖୀ ମଣିଷ କିଏ?

ଆଉ କିଏ... ନିଶ୍ଚୟ ମୁଁ!

ନିର୍ବିବାଦୀୟ ସତ୍ୟ ଏଇ!

ଧନ ଜନ ମାନ ଶୂନ୍ୟ ମୁଁ ବିପନ୍ନ

ବିଦ୍ୟା ବୁଦ୍ଧି କର୍ମ ହୀନ ମୁଁ ଅଜ୍ଞାନ

କାମନା ବାସନା ଲାଳସା

ରହିତ ସଂସାର ଉଦାସୀନ

ଲୋଭ ମୋହ ମାତ୍ସର୍ଯ୍ଯ ବିହିନ

ଅନାସକ୍ତ ଦୀନଜନ

ଆଶା ଅଭିଳାଷା ଆକାଂକ୍ଷା

ବର୍ଜିତ ଅଭିମାନୀ ତରୁଣ

ଶ୍ରାବଣ ଅଶିଣ ଫଗୁଣର

ମୋ ଜୀବନେ ନାହିଁ ତିଳେ ସ୍ଥାନ।

ମୋ ପାଶେ କିଛି ବି ନାହିଁ

ଏପରିକି ଦୁଃଖ ମଧ୍ୟ ନାହିଁ

କିଛି ନଥାଇ ବି ମୁଁ ପରମ ସୁଖୀ

ପୁଣି ସବୁ ପାର୍ଥିବ ଭୌତିକ

ସୁଖ ସୁବିଧା ଉପଲବ୍ଧ ଥାଇ

ମଧ୍ଯ ତୁମେ କିଆଁ ଏତେ ଦୁଃଖୀ?

ଆଖିର ଲୁହ ମୋ ପାଇଁ ଓଠର ହସ

ମୋ ଉଦ୍ଧାମ ତାରୁଣ୍ୟର ଜୟ ଘୋଷ

ଜୀଇଁବାର କଳା ମୁଁ ନେଇଛି ଶିଖି

ଜୀଉଁଛି ଜୀବନକୁ ଏମିତି ଯେପରି

ପ୍ରତିଟି ଦିନ ମୋର ଅନ୍ତିମ ଦିବସ

ନାହିଁ ନାହିଁର ଦୁନିଆରେ ମୁଁ

ଏକାଙ୍ଗ ଚକ୍ରବର୍ତ୍ତୀ ସମ୍ରାଟ

ଅନ୍ତହୀନ ଯାତନା ଛଳନା

ପ୍ରତାରଣା ମୋ ଆଜ୍ଞାବହ ଦାସ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational