Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gadadhar Sahoo

Inspirational

3  

Gadadhar Sahoo

Inspirational

ଶ୍ରେଷ୍ଟ ପୁସ୍ତକ

ଶ୍ରେଷ୍ଟ ପୁସ୍ତକ

1 min
143



ଗୀତାର ଭାବରେ ଭାସିଲି

ଜ୍ଞାନରେ ଅଜ୍ଞାନ ନାସିଲି ।

ଧର୍ମ ଅର୍ଥ ଓ କର୍ମ ଯୋଗ

ସାଧନେ ଲଭିଛି ସୌଭାଗ୍ୟ ।

ନିଷ୍କାମ କର୍ମ ମୁଁ କରିଛି

ଫଳ ହିଁ ସର୍ବଦା ମିଳିଛି ।

ପ୍ରାଣୀଙ୍କି ନ କରିଛି ହିଂସା

ସର୍ବଦା ମିଳିଛି ପ୍ରଶଂସା ।

ନିନ୍ଦା ପ୍ରଶଂସା ଏକକରି

ବଞ୍ଚିଛି ଜୀବନ ଆବୋରି ।

ଅହଂକାରକୁ ଦୂରେଇଛି

ଜୀବନେ ଆନନ୍ଦ ମିଳିଛି ।

କୂଟ କପଟ ଦୂରେଇଛି

ସଭିଙ୍କ ଆଦର ଲଭିଛି ।

କୀଟ ପତଙ୍ଗ ତରୁ ତୃଣ

ସକଳେ ଦେଖେ ନାରାୟଣ ।

ଅହିଂସା ଭାବରେ ବଞ୍ଚିଛି

ସଭିଙ୍କି ଆଦର କରିଛି ।

ନରଙ୍କୁ ନାରାୟଣ ମଣି

ସେବିଛି ଦେଇ ପଣାପାଣି ।

ଜୀବନ ହୋଇଛି ଦୁର୍ଲ୍ଲଭ

ସବୁରି ମୂଳେ ଗୀତା ଭାବ ।

ଏଣୁ ଗୀତାହିଁ ମୋ ଜୀବନ

ଗୀତା ଭାବରେ ହେବି ଲୀନ ।



Rate this content
Log in

Similar oriya poem from Inspirational