STORYMIRROR

Bharatabandhu Biswal

Fantasy Inspirational Others

3  

Bharatabandhu Biswal

Fantasy Inspirational Others

ଶରଦଶଶୀ

ଶରଦଶଶୀ

1 min
191


ଅମାନିଆ ଭାରି ଏଇ ଚଗଲା ମନଟା

ହେଉନାହିଁ ତିଳେ ହେଲେ ଥୟ

ଦେଖୁନାହିଁ ଆଗପରି ଶରଦ ଶଶୀକୁ

ହା ହୁତାଶେ ଜଳୁଛି ହୃଦୟ । 


ଯାଇଛି ସେଦିନ ଚାଲି ଦୂର ବହୁଦୂର

ଜହ୍ନମାମୁଁ ଆଜି ସାତ ପର

କାହ୍ନୁ ପାଇଁ ନାହିଁ ଦୁଧ ଭାତ ଗୋଳା

ଛେନା ପୁଳି ଲବଣୀ ବା ସର ।


ମାଆ ଡାକେ ଝରୁଥିଲା ମହୁ ସତେ

କି ସୁନ୍ଦର ଲାଗୁଥିଲା ମାମୁଁ ପ୍ରବୋଧନା

ରେଶମୀ ରଙ୍ଗୀନ ଛତା ମୁଣ୍ଡ କୁ ପଗଡ଼ି

ପାଦେ ଯୋତା ନାଲି ନାଲି ଶୁଆଥଣ୍ଟ ଜାମା ।


କୁରୁକ୍ଷେତ୍ର ଏ ଜୀବନ ସଂଗ୍ରାମରେ

କାହ୍ନୁ ଏବେ ଜର୍ଜରିତ ହାତେ ନାହିଁ ଅସ୍ତ୍ର

ଚଉପାଶେ ଘେରିରହି ସପ୍ତ ମହାରଥୀ

ଅଭିମନ୍ୟୁ କୁମାରଙ୍କୁ କରନ୍ତି ପ୍ରହାର ।


ଦିଶାହୀନ ଆଜି ସବୁ ଉଚ୍ଚ ଶିକ୍ଷା ଦୀକ୍ଷା

ଅସମ୍ଭବ ଯୁବା ଅପଂ।କ୍ତେୟ

ଅବୋଧ ଯୈ।ବନ ଯଜ୍ଞ ନିରୂପାୟ

ଶ୍ରୀ କୁମର ମଣି କାର୍ତ୍ତିକେୟ ।


ଆପଣାର ଲୋକ ସ୍ନେହ ଶ୍ରଦ୍ଧା ହୀନ

ସ୍ୱ।ର୍ଥପର ଲାଗନ୍ତି ଅଚିହ୍ନା

ସାତତାଳ ପାଣି ପଙ୍କ ପଦୁମ ପୋଖରୀ

ଫରୁଆ ନିବୁଜ ମଧ୍ୟେ ଭାଗ୍ୟ ସୂତ୍ର ବନ୍ଧା ।


ଅପଲକ ନୟନରେ ନିରେଖେ ତଥାପି

ଜହ୍ନମାମୁଁ କେଶବ କୃଷ୍ଣ ଙ୍କୁ

ଏତେ ଛଳ କପଟତା ଆଉ କେତେ କାଳ

ଜୀଇବାର ଷୋଳକଳା ଶିଖାଅ ସଭିଙ୍କୁ ।


    



Rate this content
Log in

Similar oriya poem from Fantasy