STORYMIRROR

Bharatabandhu Biswal

Classics Others

4  

Bharatabandhu Biswal

Classics Others

ଶ୍ରଦ୍ଧାରେ ବୋଳୁଛି ଶରଧାବାଲି

ଶ୍ରଦ୍ଧାରେ ବୋଳୁଛି ଶରଧାବାଲି

1 min
298


ଶ୍ରୀପୁରୁଷୋତ୍ତମ ଶ୍ରୀକ୍ଷେତ୍ର ପୁରୀରେ

ତୁମେ ଜଗନ୍ନାଥ ପରମ ସତ୍ଯ 

ନିଳାଚଳ ଧାମ ରତ୍ନ ସିଂହାସନେ

ଚାହିଁ ନିର୍ନିମେଷ ହରୁଛ ଦୁଃଖ ।

ତୁମେ ମହାକାଳ ବ୍ରହ୍ମା ବିଷ୍ଣୁ ଶିବ

ସୃଷ୍ଟି ନିୟାମକ ପାଳନହାର

ପ୍ରତିଟି ହୃଦୟେ ଚକ୍ର ଅନାହତେ

ଜ୍ଯୋତି ସ୍ବରୂପରେ କର ବିହାର ।

ତୁମେ ଆଦିମୂଳ ଅଟ ବର୍ତ୍ତମାନ 

ଭୂତ ଭବିଷ୍ୟତ ସତ୍ଯ ସୁନ୍ଦର 

ଉଡେ ବୈଜୟନ୍ତୀ ପତିତପାବନ 

ପଦଧୂଳି କଣ ମୁଁ ଛାର ମାତ୍ର ।

ଅମୃତର ସିନ୍ଧୁ ତୁମେ କୃପାମୟ

ସ୍ନେହ ପ୍ରେମପ୍ରୀତି କରୁଣା ଝର

ନିରେଖି ତୁମର ଚକା ନୟନକୁ

ଭାବେ ତରିବାକୁ ଭବ ସାଗର ।

ବଡଦାଣ୍ଡ ଧୂଳି ମଥାରେ ମୋ ବୋଳି

କୈବଲ୍ୟ କଣିକେ ପାଇବି ବୋଲି

ଟାଣୁଅଛି ଭିଡି ରଥ ନନ୍ଦିଘୋଷ 

ଶ୍ରଦ୍ଧାରେ ବୋଳୁଛି ଶରଧା ବାଲି ।

   


Rate this content
Log in

Similar oriya poem from Classics