ଶ୍ରଦ୍ଧା ସୁମନ
ଶ୍ରଦ୍ଧା ସୁମନ
ଜନ୍ମ ମୃତ୍ୟୁର ସୀମା ସରହଦ ଡେଉଁ
ଆସିବି ମୁଁ ଫେରି
ନିର୍ବାଣ ପାଲିଙ୍କି ଚଢି ବାହୁଡିବି ମୁହିଁ
ଲାଗିଛି ମୋ ଡୋରି
ଇତିହାସ ମୋତେ ବାଟ କଢେଇ ନେବ
ସାହିତ୍ୟ ମୋ ତରୀ
ବେନି ହସ୍ତ ଝୁମୁ ଥିବ ଶବ୍ଦ-ସଳିତାର
ଜ୍ଵଳନ୍ତ ଦୀପ ଧରି
ଅଲିଭା ଦୀପ ନାଶୁ ଅଜ୍ଞାନ ହୁତାସନ
ଜୀବନ ଜ୍ୟୋତି ପରି ।
ସମୁଦ୍ର କୂଳର ସେହି ସଂଖାରୀ ଗାଆଁ
ତାର ଅନନ୍ତ ବାଲୁକା ପ୍ରାନ୍ତର
ଝାଉଁବଣର ସୁଁ ସୁଁ ଶୁଶୁରୀ ସଂଗୀତ
ପିଜୁଳି ଗଛ ଶ୍ୟାମ କେଦାର
ଓଦାବାଲିରେ ଅଙ୍କାବଙ୍କା ଭାସ୍କର୍ଯ୍ୟ
ଉର୍ମିମାଳା ସାଜେ ନିତି ରବର
ଫେରିବାକୁ ବାଧ୍ୟ ମୁଁହି ବଦଳିଛି ଋତୁ
ସାହିତ୍ୟ ପ୍ରେମ ଅମର ଅଜର ।