STORYMIRROR

Panchanan Jena

Abstract Inspirational

4  

Panchanan Jena

Abstract Inspirational

ଶ୍ରଦ୍ଧା ସୁମନ

ଶ୍ରଦ୍ଧା ସୁମନ

1 min
244


ଜନ୍ମ ମୃତ୍ୟୁର ସୀମା ସରହଦ ଡେଉଁ

ଆସିବି ମୁଁ ଫେରି

ନିର୍ବାଣ ପାଲିଙ୍କି ଚଢି ବାହୁଡିବି ମୁହିଁ

ଲାଗିଛି ମୋ ଡୋରି

ଇତିହାସ ମୋତେ ବାଟ କଢେଇ ନେବ 

ସାହିତ୍ୟ ମୋ ତରୀ

ବେନି ହସ୍ତ ଝୁମୁ ଥିବ ଶବ୍ଦ-ସଳିତାର

ଜ୍ଵଳନ୍ତ ଦୀପ ଧରି 

ଅଲିଭା ଦୀପ ନାଶୁ ଅଜ୍ଞାନ ହୁତାସନ

ଜୀବନ ଜ୍ୟୋତି ପରି ।


ସମୁଦ୍ର କୂଳର ସେହି ସଂଖାରୀ ଗାଆଁ

ତାର ଅନନ୍ତ ବାଲୁକା ପ୍ରାନ୍ତର

ଝାଉଁବଣର ସୁଁ ସୁଁ ଶୁଶୁରୀ ସଂଗୀତ

ପିଜୁଳି ଗଛ ଶ୍ୟାମ କେଦାର 

ଓଦାବାଲିରେ ଅଙ୍କାବଙ୍କା ଭାସ୍କର୍ଯ୍ୟ 

ଉର୍ମିମାଳା ସାଜେ ନିତି ରବର 

ଫେରିବାକୁ ବାଧ୍ୟ ମୁଁହି ବଦଳିଛି ଋତୁ

ସାହିତ୍ୟ ପ୍ରେମ ଅମର ଅଜର ।



Rate this content
Log in

Similar oriya poem from Abstract