STORYMIRROR

Sarojini Jena

Inspirational

4  

Sarojini Jena

Inspirational

ଶ୍ରବଣ କୁମାର

ଶ୍ରବଣ କୁମାର

1 min
243

ଅନ୍ଧ ପିତାମାତାଙ୍କର ଏକଇ ନନ୍ଦନ

ନାମ ଅଟଇ ତାଙ୍କର କୁମାର ଶ୍ରବଣ....


ପିତୃମାତୃ ଭକ୍ତି ସେବାରେ ନିମଗ୍ନ ସଦା ସେ ରହି

କର୍ତ୍ତବ୍ୟ ପାଳନ ନିମନ୍ତେ କ୍ଷଣେ ତତ୍ପର ହୋଇ....


ଏକଦା ତୀର୍ଥକୁ ଗମନ ପାଇଁ ପିତା ଯେ ମନ ବଳାଇଲେ 

ଶ୍ରବଣକୁ ଡାକି ପିଅର ମନ କଥା କହିଲେ...


ସ୍କନ୍ଧରେ ଭାରକୁ ରଖିଣ ଶ୍ରବଣ ଅଗମ୍ୟ ପଥେ ଗଲେ

ଅଯୋଧ୍ୟା ରାଜ୍ୟର ସରଜୁ ନଦୀ କୂଳେ ପହଂଚିଗଲେ...


କଳସୀ ଧରିଣ ଭାର ରଖିଦେଇ ନଦୀ କୂଳେ ଭ୍ରମିଲେ

କଳସୀର ଜଳ କଳକଳ ସୁର ରାଜା ଦଶରଥ କର୍ଣ୍ଣେ ଶୁଣିଲେ..


ହିରଣ୍ୟ ଚିନ୍ତିଣ ରାଜନ ଏକ ତୀର ଭେଦିଲେ

ସେ ତୀରର ଆଘାତେ ଶ୍ରବଣ କ୍ଷତାକ୍ତ ହେଲେ....


ଗର୍ଜନ ଶ୍ରବଣ କରନ୍ତେ ରାଜନ ପହଂଚି କ୍ଷଣିକ ପାଶେ

ଶ୍ରବଣ କୁମାର ଶରୀରେ ତୋଳି ନିଜ କୋଳେ ଦେଲେ ଆଶ୍ୱାସେ..


ନିଃଶ୍ୱାସର ବେଗ ଚାଲୁଥିଲା ଧିର ପ୍ରାଣ ପକ୍ଷୀଗଲା ଚାଲି

ପିତାମାତା ମୋର ଅନ୍ଧ ଅନ୍ଧୁଣୀ ଯେ ଏକଥା କହିଲେ ଖୋଲି..


ଜଳେ ଟୋପେ ପାଇଁ ସରଜୁ ନଦୀକୁ ଆସିଥିଲି ତିଳେ ଧାଇଁ

ଜଳ ନ ଦେଇ ପିତାମାତା ମୁଖେ ସ୍ୱର୍ଗକୁ ଯାଉଛି ମୁହିଁ..


ଦଶରଥ ରାଜା କ୍ରନ୍ଦନ ପରାଏ ଅନ୍ଧ ପିତାମାତାଙ୍କୁ ଭେଟିଲେ

ଅଯୋଧ୍ୟା ରାଜନ ତୀରରେ ଶ୍ରବଣ ପ୍ରୟାଣ ବୋଲି ବଖାଣିଲେ..


ପିତାମାତା ଶୁଣି କ୍ରନ୍ଦନ କରିଲେ ପଡିଲା ମଥାରେ ବଜ୍ର

ବାଉଳି ଚାଉଳି ହୋଇଯାଇ ଅଭିଶାପ ଦେଲେ ଋଷି ତ୍ୱରିତ..


ଭସାଇଲ ପୁତ୍ର ଶୋକେ ଆମକୁ କେହି ଆମ ସାହା ନାହିଁ

ସେପରି ଦୁଃଖରେ ସଦା ଘାରିହୁଅ ତୁମ ମୁଖ ନ ଦେଖନ୍ତୁ କେହି..


ଶ୍ରବଣ କୁମାର ପିତୃମାତୃ ଭକ୍ତି ଜାଣିଲା ସାରା ଜଗତ

ଶ୍ରବଣ କରିଲେ ଏ ଗାଥା ଚରିତ କର୍ଣ୍ଣ ହେବ ସଦା ପବିତ୍ର...ll


 



Rate this content
Log in

Similar oriya poem from Inspirational