STORYMIRROR

banaja nandini mishra

Inspirational

4  

banaja nandini mishra

Inspirational

ଶ୍ରବଣ କୁମାର

ଶ୍ରବଣ କୁମାର

1 min
271


ସେ ଥିଲେ ତ୍ରେତୟା ର

ଆଦର୍ଶ ସନ୍ତାନ

ପିତୃ ମାତୃ ଭକ୍ତ

ଦୁହିଁଙ୍କ ସେବା କରିବାର ଶପଥ

କାନ୍ଧରେ ବୋହି ଚାଲିବାର ସାମର୍ଥ୍ୟ

ଧର୍ଯ୍ୟବାନ ସୁଶୀଳ ଶାନ୍ତ 

ସବୁ ଗୁଣ ଥିଲା ତାଙ୍କ ପାଖରେ

ସେ ଯେବେ ବୋଝ ଭାବିଥାନ୍ତେ

ତାହେଲେ ଦଶରଥଙ୍କ ଧନୁରୁ

 ହୋଇସାରିବା ପରେ ବି ଶରାଘାତ 

ମୃତ୍ୟୁ ନିକଟରେ ଜାଣି ମଧ୍ୟ 

କ୍ରୋଧ ନ କରି କ୍ଷମା କରିଦେଇ

ଅନୁରୋଧ କରିଥାଆନ୍ତେ କି

ମୋ ପିତାମାତା ତୃଷାର୍ତ୍ତ

ସେମାନେ ଜଳ ଅପେକ୍ଷାରେ

ମୋତେ ଚାହିଁ ବସିଥିବେ

ତାଙ୍କୁ ନେଇ ଜଳ ପାନ କରାଇ

ଆତ୍ମାକୁ କରିଦିଅ ତୃପ୍ତ 

ଧନ୍ୟ ତୁମେ ଶ୍ରବଣ କୁମାର

ଧନ୍ୟ ତୁମ ତାତମାତ

ହେଲେ ଆଜିର ସନ୍ତାନ

ଏକାନ୍ନବର୍ତ୍ତୀ ହୋଇ 

ସଂସ୍କାର ବିହୀନ

ଅସହିଷ୍ଣୁ କୁଟିଳ ମନ 

ଶ୍ରେଷ୍ଠ ନହେଲେ ନାହିଁ

ସମ୍ପର୍କକୁ ଶେଷ କରିବାର ଇଛା

ସମ୍ପତି ଭାଗ ହେବା ପୂର୍ବରୁ

ବୋଝ ଭାବି ଆଗ ଭାଗ କରି 

ହୀନିମାନ କରୁଛି 

ନିଜର ସ୍ୱୟଂ ଭଗବାନଙ୍କୁ

ପୋଥିଗତ ବିଦ୍ୟାରେ ଶିକ୍ଷିତ

ପାଶ୍ଚାତ୍ୟ ମୋହରେ ମୋହିତ

ସଂସ୍କୃତି ଭୁଲି ପଥ ଭ୍ରଷ୍ଟ

ଗଣ୍ଡେ ଭଲ ଖୋଇବା ପାଇଁ

ପିନ୍ଧାଇବା ପାଇଁ ଅର୍ଥ ର ଅଭାବ

କଥା ପଦେ ପାଇଁ ସମୟର ଅଭାବ

ପୁରାଣ ଶାସ୍ତ୍ରର ଉଦାହରଣକୁ

ପୁରୁଣା ପରମ୍ପରା କହି ପଦାଘାତ

ସେ ଏକଥା ଭୂଲି ଯାଉଛି କି

ସେ ଯେମିତି ମଞ୍ଜି ପୋତିଵ

ସେମିତି ଗଛ ଆଉ ଫଳ ପାଇବ

ହେ ପ୍ରାଣ ପ୍ରିୟ ପୂଜ୍ୟଷ୍ପଦ 

ଆଜି ନିଜକୁ ଲଜ୍ଜ୍ୟା ଲାଗୁଛି କି

ଆମେ ତୁମ ଉତ୍ତର ଦାୟାଦ

ଚକ୍ଷୁ ଥାଇ ବି ପିତାମାତା

ଭୋଗୁଛନ୍ତି ଦୁଃଖ 

ତୁମକୁ କରେ ଅନୁରୋଧ

ପୁଣି ଥରେ କେଉଁ ପିତାମାତାଙ୍କ

କୋଳରେ ଜନ୍ମ ନେଇ

ଘୁଞ୍ଚାଇ ଦିଅ ଯେତେକ ବିଷାଦ

ରୋକି ଦିଅ ଅଭିଶାପର

ଅକାଳ ବିୟୋଗ

ହେ ମହାନୁଭବ

ତ୍ରେତୟା ଯୁଗ ଫେରି ଆସୁ

 ଛାର ମଣିଷ କରୁ ଶାନ୍ତିସୁଖ ଭୋଗ

ତୁମକୁ ମୋର କୋଟି ଦଣ୍ଡବତ

କୋଟି ଦଣ୍ଡବତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational