ଶ୍ରାବଣୀ
ଶ୍ରାବଣୀ
ବରଷା ଗୋ ତୁମ ଆଷାଢ଼ୀ ଆଖିରେ
ଏତେ ଝର ଝର ଶ୍ରାବଣ
ବରଷା ଗୋ ତୁମ ଶ୍ରାବଣୀ ବେଣୀରେ
କଳା ବଉଦର ବିଚରଣ
ବରଷା ଗୋ ତୁମ ଅଙ୍ଗେ ଅଙ୍ଗେ ମହୁ୍ଝର
ଚାଷୀଭାଇ ଓଁ ଉଚ୍ଚାରଣ
ବରଷା ଗୋ ତୁମ ହାତ ପାପୁଲି ରେଖାରେ
ନଦୀମାନଙ୍କର ଆଚରଣ
ବରଷା ଗୋ ତୁମ ଘନ କୁନ୍ତଳେ ଶ୍ୟାମାଙ୍ଗୀ
ମେଘ ଓଢଣୀର ଆବରଣ
ବରଷା ଗୋ ତୁମ ନୀଳ ନୟନରେ ନୀଳିମା
ଟୋପି ଟୋପି ଆଣେ ଜାଗରଣ
ବରଷା ଗୋ ତୁମ ତୃଷିତ ଓଠର ଫାଙ୍କରେ
ମୌସୁମୀ ଭିର୍ନ୍ନ ବାତାବରଣ
ବରଷାଗୋ ତୁମ କଳାମେଘ ପାଟ ଶାଢ଼ୀରେ
ମୟୂରୀ ବିଭୋରେ ବାଟବରଣ
ବରଷା ଗୋ ତୁମ ଆଶାରେ ତୃଷା କାମନାରେ
ପୃଥିବୀ ସଜଳ କଜ୍ଜ୍ୱଳ ସମ୍ଭାଷଣ
ବରଷା ଗୋ ଆଉ ଜାଗାଅନା ବେପଥୁ
ବାତାବରଣରେ ଶୀହରଣ
ବରଷା ଗୋ ତୁମେ କଳାବାଦଲ ଉହାଡେ
ଛପି ଛପି ଆସି ଘେନିଯାଅ ଉତ୍ତପ୍ତ ଅଘଟଣ
ବରଷା ଗୋ ତୁମେ ବାତାସୀ ହୁଅନା ଟୁପୁ ଟୁପୁ
ଶବ୍ଦ ଭରିଦେଉ ଶାଶ୍ୱତ ଗୁଞ୍ଜରଣ
ବରଷା ଗୋ ତୁମ ଧୀର ମନ୍ଦ ପଦଧ୍ୱନି
ପ୍ରତିଧ୍ୱନି ସୃଷ୍ଟି କରୁ ଶବ୍ଦ ସକାରଣ
ବରଷା ଗୋ ତୁମ ମନ୍ଦାକିନୀ ଧାରା ଅମୃତ
ହୋଇ ସୃଷ୍ଟି କରୁ ଜାଗରଣ ମହଣ ମହଣ ।
