STORYMIRROR

Sitansu Jena

Classics Fantasy

4  

Sitansu Jena

Classics Fantasy

ଶ୍ରାବଣ ତଟିନି

ଶ୍ରାବଣ ତଟିନି

1 min
245


ଶ୍ରାବଣ ତଟିନି ହସେ ଖିଲିଖଲି

ପୂର୍ଣ୍ଣ ରୂପ ପରକାସି

ତା ଦେହରେ ହସେ କୁମୁଦ କୁମାରୀ

ରୂପରେ ଦିଶେ ଉର୍ବଶୀ

ଚମକ ଚହାଣି ଶ୍ୱେତ ଶୁଭ୍ର ଦେହେ

ଜୋଛନା କିରଣେ ଭାସି

ଶ୍ରାବଣ ତଟିନି ହସେ ଖିଲିଖଲି

ପୂର୍ଣ୍ଣ ରୂପ ପରକାସି..............।


କାଚକେନ୍ଦୁ ପାଣି ଚହଲି ଉଠଇ

ଚିତରେ ଚଞ୍ଚଳ ଖେଳେ

କିଏସେ ରୂପସି ଅନିନ୍ଦ୍ୟ ସୁନ୍ଦରୀ

ଆସିଲ ଏବେଳେ କୂଳେ

କେଉଁ ରାଇଜରୁ ଆସିବେ ଗୋ କୁହ

ବୁଝିବେ ମନରକଥା

ତୁଠ ଘାଟ ସବୁ ସମର୍ପି ଦେଇଛି

ନାହିଁ ମନେ କେବେ ବ୍ୟଥା

ଅଳସୀ ସନ୍ଧ୍ୟା ତା କଳସୀକୁ ଭରି

ପଦ୍ମ ସୁଗନ୍ଧରେ ବାସୀ

ଶ୍ରାବଣ ତଟିନି ହସେ ଖିଲିଖଲି

ପୂର୍ଣ୍ଣରୂପ ପରକାସି..................।


ମଧୁଛନ୍ଦ ବର୍ଷା ଦେଲା ମୋତେ ନିରେ

ନିବିଡ଼ତା କରେ କୋଳ

କେମିତି ସରାଗେ ଏତେ ଯୋଜନରୁ

ସମ୍ପର୍କର ବୋହୂ ଖେଳ

ତାର ପାଇଁ ହସେ ଏ ରୂପ ଯୌବନ

ଭାବୁଛି ମୁଁ ବସି ବସି

ଶ୍ରାବଣ ତଟିନି ହସେ ଖିଲିଖଲି

ପୂର୍ଣ୍ଣରୂପ ପରକାସି....................।।


Rate this content
Log in

Similar oriya poem from Classics