STORYMIRROR

DEEPALI JENA

Tragedy

3  

DEEPALI JENA

Tragedy

ସହର ତଳର ଜୀବନ

ସହର ତଳର ଜୀବନ

1 min
113

ନିପଟ ମଫସଲିଆ ଟେ ମୁଁ 

ପଖାଳ ଭାତକୁ ଚାକୁ ଚାକୁ କରି ଖାଇଲା ବେଳେ 

ଆଖି ଢଳି ଯାଇନି ତୁମ ସୁ ସ୍ଵାଦୁ ଖାଇବା ପ୍ରତି, 

ହେଲେ ଗାଉଁଲି ମାନେ କିପରି ଚଳନ୍ତି କୌତୁହଳରେ 

ମୋ ଦୁଆରେ ଭିଡ ଲାଗେ

ବର୍ଷା, ଖରା, ଶୀତ ଅନୁଭବ କରିନି ବରଂ -

ମୋ ଘର ଚାଳ ଭିତରକୁ ସେମାନେ ଧସେଇ ପଶିଛନ୍ତି,

ଆଖି ଡବ ଡବ କରି ଚାହିଁଥାଏ ସିନା 

ଏ ମୁର୍ଖ ଦେହରେ ବଳ କେତେ ସାହୁକାର ସହ ଲଢିବାକୁ 

ଏଇସନ, ଆରସନ କେତେ ଦେଖେଇଚି -

ଘର ଖଣ୍ଡି ଦବାକୁ, 

ଅଫିସର ଆସି ଫଟୋ ଉଠେଇ ନେଇଚି, ହେଲେ 

ସବୁଥର ପରି ମୁଁ ମୁକ ପାଲଟେ 

ଘର ନ ହଉ ପଛେ, ଏ ଡିହରୁ ବେଦଖଲ ନ କରନ୍ତୁ 

ସମ୍ପତି କହିଲେ ଏତିକି , ସେଥିରେ ପୁଣି

ଖଜଣା ମୁଣ୍ଡ ଉପରେ ,

କେହି ଦେଖି ନାହାନ୍ତି -

କେତେ ଦିନ କେତେ ରାତି ଏ ପେଟରେ ଓଦା କପଡା ପଡିଚି

ଅଳିଆ ଗଦାରୁ କାହା ଅଇଁଠା 

ରୁଟି ଖଣ୍ଡକରେ କୁକୁର ଭାଗ ବସେଇଚି

ଏଇ ରୁଟି ଖଣ୍ଡକର ଦାମ୍ ଠାରୁ 

ଏ ଜୀବନର ମୂଲ୍ୟ ଯଥେଷ୍ଟ କମ୍ ହେଇଗଲାଣି

ତଥାପି ଏ ପାଦ ଥକିନି ,

ବୋଝ ମୁନ୍ଢେଇ 

ଆଗକୁ ବଢିଚି ଖଣ୍ଡେ ରୁଟି ଲୋଭରେ

ଯୋଉଠି ପାଦ ଥକିବ

ଏ ମଫସଲିଆଟା ମଶାଣି ଭୂଇଁରେ ସମାଧି ପାଉଥିବ !


 



Rate this content
Log in

Similar oriya poem from Tragedy