STORYMIRROR

Kalandi pal

Inspirational

4  

Kalandi pal

Inspirational

ସହର କହଇ ଗାଆଁକୁ

ସହର କହଇ ଗାଆଁକୁ

1 min
348

ସହର କହୁଛି ଗାଆଁକୁ ଦେଖେଇ

  କେଉଁ ତଳମାଳେ ଅଛୁ

ମଳିମୁଣ୍ଡିଆଙ୍କୁ କୋଳରେ ଧରିଛୁ

  ବହପ ତ ଦେଖାଉଛୁ l1l


ପାଣି କାଦୁଅରେ ଅସନା ତୋ ଦେହ

  ଅନ୍ଧାରି ମୁଲକେ ରହୁ 

ସମକକ୍ଷ କେବେ ହେବୁନି ମୋ ସାଥେ

  ମୁହଁ ଟାଣ କଥା କହୁ l2l


ରାତି ଦିନ ସିନା ମୋ ପାଖେ ସମାନ

  ମୋ କୋଳେ କ୍ଷମତା ବାଲା 

ଆଇନ କାନୁନ ମୋ କୋଳରେ ଗଢ଼ା

  ବଡ ବଡୁଆଙ୍କ ମେଳା l3l


ଶାନ୍ତି ପରିବେଶେ ଗାଆଁ ଗଢି ଉଠେ

  ଶାନ୍ତ ସ୍ୱଭାବକୁ ନେଇ 

ସହରକୁ କୁହେ ଶୁଣ ମୋ ଭଉଣୀ

  ଗରବ କାହାକୁ ନେଇ l4l


ଯାହାଙ୍କୁ ଧରିଛୁ ଯଶୋଦା ହୋଇଛୁ

  ଜନମି ଥିଲେ ମୋ କୋଳେ 

ଜନ୍ମଭୂମି ପ୍ରେମ ଭୁଲି ନାହାନ୍ତି ସେ

  ଆସନ୍ତି ପରବ କାଳେ l5l


ମୋହରି ସନ୍ତାନ ମଳିମୁଣ୍ଡିଆ ତ

  ତୋ ପେଟକୁ ଦିଏ ଦାନା 

ଦାନା ବିନା କିଏ ରହିଛି ସଂସାରେ

  ଚାତର କଥା କହନା l6l


ପାଇବୁନି କେବେ ଖୋଲା ପବନ ତୁ

  ଚାନ୍ଦର ଜୋଛନା ରାତି 

ଖୋଲା ପଡିଆରେ ଗାଇ ଗୋରୁ ଦଳ

  ସଞ୍ଜ ବେଳେ ବାହୁଡନ୍ତି l7l


ଦେହ ତୋ ପୁରିଛି ନାଳ ନର୍ଦ୍ଦମାରେ

  ବାୟୁ ତୋର ପ୍ରଦୂଷଣ 

ପନିପରିବାଠୁ ମାଛ ଶାଗ ଯାଏ

  ବାସି ଦ୍ରବ୍ୟେ ତୋ ଜୀବନ l8l


ସବୁ ରୋଗ ହୁଏ ଆଗ ତୋର ଦେହେ

  ଜନ ଗହଳିକୁ ନେଇ 

ଆଧୁନିକତାର ଚାକଚକ୍ୟ ଭାର

  ମୂଳ କାରଣଟି ସେହି l9l


ବୁଝିଲା ସହର  ଆଧୁନିକତାର

  ପରାଭବ ପରା ଏହି 

ଗାଆଁ ପରିବେଶ ମୋ ଠାରୁ ସରସ

  ମାନିବାକୁ ଚାରା ନାହିଁ l10l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational