Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subrat Malik

Tragedy Crime Thriller

3  

Subrat Malik

Tragedy Crime Thriller

ଶୋଷ

ଶୋଷ

1 min
181


ପୃଥିବୀର ତିନି ଭାଗ ଜଳ 

ତେଣୁ ଚାରିଆଡେ ଖାଲି ପାଣି ହିଁ ପାଣି

ହେଲେ ମେଣ୍ଟୁନି ଏ ଶୋଷ

ମେଣ୍ଟିବ ବା କେମିତି !

ଏ ଶୋଷ କ'ଣ ତଣ୍ଟିର ଯେ

କେଇ ମୁଦା ଢକ ଢକ କରି ପିଇଦେଲେ

କାମ ହୋଇଯିବ ।

ଏ ଶୋଷ ତ କାମନାର

ଯିଏ ଖୋଜେ ପର ନାରୀ ଦେହ

ବୟସ ତା ହେଉ ପଛେ ତିନି କି ତେଷଠି

କିଛି ଫରକ ପଡେନି 

ଚିରା ଫଟା ପୋଷାକ ତ ବାହାନା ମାତ୍ର ।

ଏ ଶୋଷକୁ ନ ଥାଏ ଡର

ଆଇନର ଲମ୍ବା ହାତକୁ

ବିଚାର ଶେଷେ ଚାରି କାନ୍ଥ ଅବା ଫାଶୀ ଖୁଣ୍ଟକୁ

କାରଣ ସେ ଜାଣିଛି ଭଲ ଭାବେ

କେହି ନା କେହି ତା'କୁଗର୍ଭସ୍ଥ କରିବେ 

ସ୍ଵତଃସ୍ଫୋର୍ତ୍ତ ଓ ଆଗକୁ ନେଇଯିବେ ଅବିରତ ।

ଏ ଶୋଷର ରାସ୍ତାରେ ନ ଥାଏ କେଉଁଠି ହମ୍ପସ କି ଖାଲଖମା

ବିନା ବ୍ରେକରେ ଚାଲେ ସେ

ଆଉ ଯେବେ ଯେବେ ନଜରକୁ ଆସନ୍ତି ବେବିନା ଇତିଶ୍ରୀ ନିର୍ଭୟା

ମାଡ଼ିଯାଏ ପାଲଟେ ଶାଗୁଣା ଆଉ ଝୁଣି ଖାଇଯାଏ ।

କିଛି ଦୋଷ ଦେବେ ଜୀଇଁବାର ଶୈଳୀକୁ

କିଛି ଦୋଷ ଦେବେ ମଦ ମାଂସ ପର୍ଣ୍ଣ ମୋଭିକୁ 

ଏହିପରି କିଛି କିଛି ଦର୍ଶାଇଵେ କାରଣ କିଛି କିଛି ।

ହେଲେ କେହି ଦୋଷ ଦେବେନି ସେହି ଶୋଷର ସ୍ରଷ୍ଟାକୁ

ଯାହାଙ୍କ ପାଇଁ ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତବର୍ଷ

ଆଜି ଲକ୍ଷ ଲକ୍ଷ ଆଲୋକବର୍ଷଠୁ ବି ଅଧିକ ଦୂରରେ ।


Rate this content
Log in

Similar oriya poem from Tragedy