STORYMIRROR

Goutam Mohanty

Romance

3  

Goutam Mohanty

Romance

ଶୋଷ

ଶୋଷ

1 min
306


ଶତବାର ପାନ କରିଛି

କାହିଁ କେତେ ଆଞ୍ଜୁଳା ଜଳ

ମେଣ୍ଟିନାହିଁ କେବେ ମୋର ଶୋଷ

ସେ ଆଞ୍ଜୁଳା ଜଳ କହେ

ବାରମ୍ବାର କଥାଟିଏ ମୋତେ,

ସେ ନିଜେ ସ୍ୱୟଂ ତୃଷାର୍ତ୍ତ

ପାଇବାକୁ ତୁମ ଓଠ ସ୍ପର୍ଶ ।


ଓଃ...ଖାସ ସେଇ ଲାଗି

ସେ ତୃଷାର୍ତ୍ତ ଜଳକୁ ପିଇ

ଭିତରଟା ଖାଲି ଓଦା ହୁଏ ଯାହା

କିନ୍ତୁ ମେଣ୍ଟି ପାରେନାହିଁ ମୋ ଶୋଷ !


ହେ ମୋର ଆଜିବି ପ୍ରିୟତମ !

ଶୁଣି ପାରୁଛ ଯଦି କୁହ...

କାହାଲାଗି ମୁଁ ଓ ମୋର ଚତୁଃପାର୍ଶ୍ଵ

ତମାମ ଆୟୁଷ ଯାକ ତୃଷାର୍ତ୍ତ ?

ଅଥବା କହିଲ ଦେଖି

ଟିକିଏ ଶୋଷ ମେଣ୍ଟାଇବା କି ଏତେ କଷ୍ଟ ?

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance