ଶୋଷ
ଶୋଷ
ଶତବାର ପାନ କରିଛି
କାହିଁ କେତେ ଆଞ୍ଜୁଳା ଜଳ
ମେଣ୍ଟିନାହିଁ କେବେ ମୋର ଶୋଷ
ସେ ଆଞ୍ଜୁଳା ଜଳ କହେ
ବାରମ୍ବାର କଥାଟିଏ ମୋତେ,
ସେ ନିଜେ ସ୍ୱୟଂ ତୃଷାର୍ତ୍ତ
ପାଇବାକୁ ତୁମ ଓଠ ସ୍ପର୍ଶ ।
ଓଃ...ଖାସ ସେଇ ଲାଗି
ସେ ତୃଷାର୍ତ୍ତ ଜଳକୁ ପିଇ
ଭିତରଟା ଖାଲି ଓଦା ହୁଏ ଯାହା
କିନ୍ତୁ ମେଣ୍ଟି ପାରେନାହିଁ ମୋ ଶୋଷ !
ହେ ମୋର ଆଜିବି ପ୍ରିୟତମ !
ଶୁଣି ପାରୁଛ ଯଦି କୁହ...
କାହାଲାଗି ମୁଁ ଓ ମୋର ଚତୁଃପାର୍ଶ୍ଵ
ତମାମ ଆୟୁଷ ଯାକ ତୃଷାର୍ତ୍ତ ?
ଅଥବା କହିଲ ଦେଖି
ଟିକିଏ ଶୋଷ ମେଣ୍ଟାଇବା କି ଏତେ କଷ୍ଟ ?

