ଶ୍ମଶାନ
ଶ୍ମଶାନ
ମଣିଷ ଜୀବନ ଦୁଇ ଦିନର,
ଏନ୍ତୁଡ଼ି ରୁ ଆରମ୍ଭ,ଜୁଇ ରେ ଶେଷ,
ଏ କାହାଣୀ ଅଟେ ଜୀବନ ର,
କିଛି ଦୁଃଖ ସୁଖ,କିଛି ଲୁହ ହସ।
ମଣିଷ ଜୀବନ ର ଅନ୍ତିମ ସତ,
ତାହାକୁ ଛାଡିବ ଦିନେ ନିଶ୍ଚେ ଶ୍ୱାସ,
ଏକା ଆସିଥିଲା ଏକା ସେ ଯିବ,
ଶେଷରେ ହୋଇବ ନିଶ୍ଚେ ମଶାଣି ପାଉଁଶ।
ତଥାପି ବୁଝେନି ଏ ଅବୁଝା ମନ,
ଗର୍ଵ ଅହଂକାର କରେ ପ୍ରତୀକ୍ଷଣ,
ମୋର ମୋର,ତୋର ତୋର କରି,
ସାରିଦିଏ ଏ ଦୁର୍ଲ୍ଲଭ ଜୀଵନ।
ଗତ ଅଁଳା ନବମୀ ଦିନ,
ଏକ ଆତ୍ମୀୟର ହେଲା ମରନ,
କେବେ ଦେଖି ନଥିଲି ଶ୍ମଶାନ,
ହେଲେ ତାଙ୍କ ପାଇଁ ଦେଖିଲି ଶ୍ମଶାନ।
ବଞ୍ଚିଥିବା ବେଳେ ଜୀଵନ କେତେ
କରେ କେତେ ମୁକାର,
ନିଜକୁ ସବୁଠୁଁ ଶ୍ରେୟ,ଅନ୍ୟକୁ କରେ ଛିକାର,
ହେଲେ ଦେଖ କେମିତି କରୁଛି ଶ୍ମଶାନ ବିଚାର,
ଧନୀ ଗରିବ ମୁର୍ଖ ପଣ୍ଡିତ ସଭିଙ୍କୁ କରେ ଏକାକାର।
ଶରୀର ପାଇଁ ସଭିଏଁ କେତେ କରନ୍ତି ନାଟ,
ଆମେ ସୁନ୍ଦର କହି ଦେଖାନ୍ତି ସଭିଙ୍କୁ କେତେ ଥାଟ,
ହେଲେ ମଶାଣି ଯାଇ ତିନି ଘଣ୍ଟା ବସିଲି,
କେବେ ଦେଖି ନ ଥିବା ମଣିଷ ର ଶେଷ ଖେଳ ଦେଖିଲି ।
ଲାଗିଲା ସତେକି ମଶାଣି ଜୁଇ ସଭିଙ୍କୁ ଉପହାସ କରି କହୁଛି,
ଦେଖ ଦେଖ କେମିତି ତୁମ ଶରୀର ମୋ ମଶାଣି ଜୁଇରେ ଜଳୁଛି,
କେମିତି ତୁମ ସୁନ୍ଦର ଶରୀର ଜଳିପୋଡ଼ି ପାଉଁଶ ହେଉଛି,
କେମିତି ମୋ ତତଲା ଭୂଇଁ ତୁମ ମୁକାର ଥାଟ ଖାଉଛି।
ବସି ବସି ଦେଖିଲି ,କି କରୁଣ ସ୍ଥିତି ଆମ ଏ ମଣିଷ ଜୀଵନ,
ମନେ ମନେ ଭାବିଲି ସବୁ ଏଠି ତୁଚ୍ଛ ଆମ୍ଭଠି ଥିବା ଜ୍ଞାନ ଧ୍ୟାନ,
ଏ ମିଛ ଦୁନିଆ ରେ ସବୁ ପ୍ରହେଳିକା, ଏଠି ସବୁ ମାୟା ବନ୍ଧନ,
କେବଳ ଏକ ମିଛ ଅହଂ ମରୀଚିକା ପଛେ ଧାଉଁଛି ଜୀଵନ।
ଯଦି ନିଜ ଶରୀର ନିଜେ ରଖି ନ ପାରିଲା,
ବାକି ସବୁ କଣ ନିଜର ହେବ ?
ଏତେ ଜ୍ଞାନ ବିଜ୍ଞାନ ଥାଇ ଯଦି ଜୀଵନ ନ ବଞ୍ଚିଲା,
ତେବେ ଏ ଜ୍ଞାନ ବିଜ୍ଞାନ କୁ ଯେ ଧିକ।
ଶ୍ବାସ ଥିବା ଯାଏ ସଭିଏଁ ଏଠି ନିଜର,
ଜୀବ ଚାଲି ଗଲେ କିଏ ନୁହେଁ କାହାର,
ମୃତ ଶରୀର କୁ ଦିନେ ବି ରଖନ୍ତିନି କେହି,
ଯେତେ ହେଇଥାଉ ସିଏ ଆତ୍ମୀୟ ନିଜର।
ଯେତେବି ଯାହାର ଥାଉ ସୁନ୍ଦର ଶରୀର,
ମଶାଣି ଜୁଇ କରିବ ଦିନେ ତାକୁ ଛାରଖାର,
ଇଏ ତ ମଣିଷ ଜୀବନ ର ସତ୍ୟ ଚିରନ୍ତନ,
ଏଠି କିଛି କରିପାରିବନି ତୁମ ବିଜ୍ଞାନ।
ଦେଖି ମୁଁ ମଶାଣି ଜୁଇ ର ସତ୍ୟତା,
କଟିଗଲା ଜୀଵନରୁ ମୋହ
ର କଟୁତା,
ଦେଖି ବୁଝିଗଲା ଏ ଅବୁଝା ମନଟା,
ସୁନା ଖୋଳରେ ରଖିଲେ ବି,
ଏ ଜୀବନ ଦିନେ ଯିବ,ନୁହେଁ ସୁରକ୍ଷିତା।
ଭାବିଲା ମୋ ମନ ଦୁଇ ଦିନର ଅତିଥି ତୁହି,
ତୋ ଆତିଥ୍ୟ ସାରିବ ଏଇ ମଶାଣି ଜୁଇ,
ତେଣୁ ପଦୁଅଁ ପତ୍ରେ ରହିଲା ପରି ପାଣି,
ସଂସାରରେ ରହିବା ରେ ଭାଇ,
ମୋହ ମାୟା ରେ ଅଧିକ ନ ପଶି,
ପ୍ରଭୁ ପାଦ ତଳେ ଯେବେ ଶରଣ ଯିବା,
ତେବେ ଯାଇ ଜୀବନେ ସୁଖ ଶାନ୍ତି ପାଇବା ।
ଏ କଥା ଶିକ୍ଷା ପାଇଲି ମୁହିଁ,
ଯେବେ ବସିଲି ଶ୍ମଶାନେ ଯାଇ,
ଯେବେ ଦେଖିଲି ସଭିଙ୍କ ଅନ୍ତିମ ସାଥି,
ମଶାଣି ଜୁଇ,ମଶାଣି ଜୁଇ।
