STORYMIRROR

Jayashree Maharana

Abstract Classics

4  

Jayashree Maharana

Abstract Classics

ଶ୍ମଶାନ ଭୂଇଁ

ଶ୍ମଶାନ ଭୂଇଁ

1 min
176

ସଭିଏଁ କୁହନ୍ତି ଏ ଶ୍ମଶାନ ଭୂଇଁ ଭୟଭ୍ରାନ୍ତି ସୃଷ୍ଟିକାରୀ

ଅଶୁଭ ଅଚ୍ଛବ ଅପବିତ୍ର ସ୍ଥଳ ହୃଦ ଯାଏଁ ତହିଁ ଥରି ।

ଗଦା ଗଦା ଭସ୍ମ ଅର୍ଦ୍ଧଦଗ୍ଧ କାଷ୍ଠ ଅସ୍ଥି ଅବଶେଷ ଭରି

ନିଷ୍ଠୁର ନିର୍ଦ୍ଦୟ ସାଜି ପଡ଼ିଅଛି ନିର୍ଜନପଣକୁ ଧରି ।।


ଜୀବନ ଯାତ୍ରାର ଲକ୍ଷ୍ୟସ୍ଥଳ ମୃତ୍ୟୁ ଆତ୍ମାର ମୁକତି ପଥ

ପଥର ଯେ ଶେଷ ଠିକଣା ଶ୍ମଶାନ ଦୁନିଆର ଚିରସତ୍ୟ ।

ବିଛାଇ ସ୍ତରଣ କରେ ଆଲିଙ୍ଗନ ନିସ୍ତେଜ ତନୁକୁ ନିତ୍ୟ

ହିସାବ ରଖେନି ଜୁଇର ଜ୍ବାଳାରେ କେତେଥର ଦଗ୍ଧିଭୂତ ।।


ଦେଖେନାହିଁ ଜାତି ଲିଙ୍ଗର ପ୍ରଭେଦ ଧନୀ କି ଗରୀବ ଶବ

ମୂଲ୍ୟହୀନ ତାରେ ବୃଦ୍ଧାବସ୍ଥା ଅବା ଯଉବନ ଶଇଶବ ।

ସଭିଙ୍କୁ ବୁକୁରେ ଆଶରା ଦେଇଛି ଅକ୍ଷତ ତା ' ସମଭାବ

ଦିବସ ରଜନୀ ଉନୁମୁକ୍ତ ଦ୍ୱାର ଚାଲିଗଲା ପରେ ଜୀଵ ।।


ରାମ ନାମ୍ ସତ୍ୟ ଶବଦେ ପବିତ୍ର ପ୍ରତିରେଣୁ ପରେ ପୂଣ୍ୟ

ପାପ ମାୟାଛନ୍ଦା ଶରୀରକୁ ତେଜି ଆତ୍ମା ହୁଏ ମୋହଶୁନ୍ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract