ଶ୍ମଶାନ ଭୂଇଁ
ଶ୍ମଶାନ ଭୂଇଁ
ସଭିଏଁ କୁହନ୍ତି ଏ ଶ୍ମଶାନ ଭୂଇଁ ଭୟଭ୍ରାନ୍ତି ସୃଷ୍ଟିକାରୀ
ଅଶୁଭ ଅଚ୍ଛବ ଅପବିତ୍ର ସ୍ଥଳ ହୃଦ ଯାଏଁ ତହିଁ ଥରି ।
ଗଦା ଗଦା ଭସ୍ମ ଅର୍ଦ୍ଧଦଗ୍ଧ କାଷ୍ଠ ଅସ୍ଥି ଅବଶେଷ ଭରି
ନିଷ୍ଠୁର ନିର୍ଦ୍ଦୟ ସାଜି ପଡ଼ିଅଛି ନିର୍ଜନପଣକୁ ଧରି ।।
ଜୀବନ ଯାତ୍ରାର ଲକ୍ଷ୍ୟସ୍ଥଳ ମୃତ୍ୟୁ ଆତ୍ମାର ମୁକତି ପଥ
ପଥର ଯେ ଶେଷ ଠିକଣା ଶ୍ମଶାନ ଦୁନିଆର ଚିରସତ୍ୟ ।
ବିଛାଇ ସ୍ତରଣ କରେ ଆଲିଙ୍ଗନ ନିସ୍ତେଜ ତନୁକୁ ନିତ୍ୟ
ହିସାବ ରଖେନି ଜୁଇର ଜ୍ବାଳାରେ କେତେଥର ଦଗ୍ଧିଭୂତ ।।
ଦେଖେନାହିଁ ଜାତି ଲିଙ୍ଗର ପ୍ରଭେଦ ଧନୀ କି ଗରୀବ ଶବ
ମୂଲ୍ୟହୀନ ତାରେ ବୃଦ୍ଧାବସ୍ଥା ଅବା ଯଉବନ ଶଇଶବ ।
ସଭିଙ୍କୁ ବୁକୁରେ ଆଶରା ଦେଇଛି ଅକ୍ଷତ ତା ' ସମଭାବ
ଦିବସ ରଜନୀ ଉନୁମୁକ୍ତ ଦ୍ୱାର ଚାଲିଗଲା ପରେ ଜୀଵ ।।
ରାମ ନାମ୍ ସତ୍ୟ ଶବଦେ ପବିତ୍ର ପ୍ରତିରେଣୁ ପରେ ପୂଣ୍ୟ
ପାପ ମାୟାଛନ୍ଦା ଶରୀରକୁ ତେଜି ଆତ୍ମା ହୁଏ ମୋହଶୁନ୍ୟ ।।