ଶକ୍ତିମୟୀ ଘଁଟେଶରୀ
ଶକ୍ତିମୟୀ ଘଁଟେଶରୀ
ଜଗତ୍ ଜନନୀ ତୁଇ ଅଭୟଦାୟିନୀ
ନାରାୟଣୀ ଶକ୍ତିମୟୀ ଘଁଟେଶରୀ ,
ତୁଇ ଆଦ୍ୟାଶକ୍ତି ପରମ୍ ବ୍ରହ୍ମ ନାରାୟଣୀ
ଜଏ ମାଗୋ ଚିପିଲିମାର ଇଷ୍ଟଶିରୀ।
କେତେ ଜୀବଜନ୍ତୁକେ ଆବରି କରି ମାଁ
ଘର୍ କରିଛୁ ଲମ୍ବେଇ ଡୁଙ୍ଗ୍ରି ତଲେ ,
କେତେ ଗରିବ ଦୁଃଖିକେ ସାହା ନ ହେଇଛୁ
ଥାଇ ମହାନଦୀର କୁଲେ।
ଲୋକ୍ କହେସନ୍ ମାଁ ହରି ଝରା ତତେ
ପାଏଲା ଛାନି ମହାନଦୀର ବାଲି ,
ବାଲିର୍ ସୁନା ଖୁଜୁଖୁଜୁ ପାଏଲା ଅସଲି ସୁନା
କଲା ସେଭେନୁଁ ତତେ ଜପାମାଲି ।
ତୋର ଦୟାବଲେ ହରି ଝରା ମାଗୋ
ହେଲା ଛୋଟ୍ନାଗପୁର ରଜା ,
ସେବା ପୂଜା ଲାଗି ଇନ ଛାଡି ଦେଇଗଲା
ବଗବିରା ନାଏକ ସୁଦ୍ ଘରେ ପାଏଲୁ ପୂଜା ।
ଘଁଟି ଢାପିକରି ରଖସୁ ବଲିକରି
ତୋର ନାଁ ଟା ଆଏ ଘଁଟେଶରୀ ,
ନଅଟା ଦୁର୍ଗାର ଚନ୍ଦ୍ରଘଣ୍ଟା ରୂପ୍ ଆଉ ତୁଇ
ପୂଜା ପାଉଛୁ ଭକତର ଦୁଃଖକେ ହରି ।
ଘଁଟି ଉପ୍ରେ ସରଧା ଅଛେ ବଲିକରି
ଭକତ୍ ଦେଉଛନ ତତେ ଯାଚି କରି,
ସବୁ ଦୁଃଖ୍ କଷ୍ଟ୍ ହରନ୍ କରସୁ
ତୁଇ ମାଗୋ ଘଁଟିଟେ ପାଇକରି ।
ବିପଦ୍ ଆପଦ୍ ନୁଁ ସାହା ତ ହେଇଛୁ
ତୁଇ ଆଉ ମାଗୋ ଭକତର ଜୀବନ୍ ,
ସବୁ ଦୁଃଖ୍ ସୁଖ ଟଲି ତ ଯାଏସି
ତୋର ପାଦେ ଥିଲେ ମନ୍।
ଚଇତ୍ ପୁନି, ନବରାତ୍ରି ସାଂଗେ
ବଡ଼ ପରବ୍ ତୋର ନୂଆଁଖାଇ,
ଘଁଟ୍ ଘଁଟି ତାଲେ ଢୋଲ ନିଶାନ ତାସା ନ
ପୂଜା ପାଏସୁ ମାଁ ସବୁଆଡେ ଦୁଲକେଇ।
ଅଢେଇ ଦିନର ଏ ମୁନୁଷ୍ ଜୀବନ୍
ଆଜି ଅଛେ କାଲି ଯିବା ଚାଲି,
ମାଆର ନାଁଟା ଖାଲି ଇ ଦୁନିଆଁନ ସାର୍
ତୋର୍ ପାଦେ ସରନ ଗଲି ।
ତୋର୍ ନାଁ ଜପି ଇ ଟୁଁଡେ ସବୁବେଲେ
ମୋର୍ ଜୀବନକାଲ୍ ଯାଉ ସରି,
ବିନତୀ କରୁଛେଁ ମାଁ ତୋର ପାଦ୍ ତଲେ
ପୁରନ କର୍ କାମନା ମାଗୋ ଜଗତ ଇଶ୍ୱରୀ।
କେଶବ ଚନ୍ଦ୍ର ଦାଶ
ଚିପିଲିମା, ସମ୍ୱଲପୁର।
