STORYMIRROR

Keshab Chandra Dash

Abstract Classics Fantasy

4  

Keshab Chandra Dash

Abstract Classics Fantasy

ଶକ୍ତିମୟୀ ଘଁଟେଶରୀ

ଶକ୍ତିମୟୀ ଘଁଟେଶରୀ

1 min
373

ଜଗତ୍ ଜନନୀ ତୁଇ ଅଭୟଦାୟିନୀ ନାରାୟଣୀ ଶକ୍ତିମୟୀ ଘଁଟେଶରୀ ,
ତୁଇ ଆଦ୍ୟାଶକ୍ତି ପରମ୍ ବ୍ରହ୍ମ ନାରାୟଣୀ
ଜଏ ମାଗୋ ଚିପିଲିମାର ଇଷ୍ଟଶିରୀ।

କେତେ ଜୀବଜନ୍ତୁକେ ଆବରି କରି ମାଁ
ଘର୍ କରିଛୁ ଲମ୍ବେଇ ଡୁଙ୍ଗ୍ରି ତଲେ ,
କେତେ ଗରିବ ଦୁଃଖିକେ ସାହା ନ ହେଇଛୁ ଥାଇ ମହାନଦୀର କୁଲେ।

ଲୋକ୍ କହେସନ୍ ମାଁ ହରି ଝରା ତତେ
ପାଏଲା ଛାନି ମହାନଦୀର ବାଲି ,
ବାଲିର୍ ସୁନା ଖୁଜୁଖୁଜୁ ପାଏଲା ଅସଲି ସୁନା କଲା ସେଭେନୁଁ ତତେ ଜପାମାଲି ।

ତୋର ଦୟାବଲେ ହରି ଝରା ମାଗୋ
ହେଲା ଛୋଟ୍ନାଗପୁର ରଜା ,
ସେବା ପୂଜା ଲାଗି ଇନ ଛାଡି ଦେଇଗଲା ବଗବିରା ନାଏକ ସୁଦ୍ ଘରେ ପାଏଲୁ ପୂଜା ।

ଘଁଟି ଢାପିକରି ରଖସୁ ବଲିକରି
ତୋର ନାଁ ଟା ଆଏ ଘଁଟେଶରୀ ,
ନଅଟା ଦୁର୍ଗାର ଚନ୍ଦ୍ରଘଣ୍ଟା ରୂପ୍ ଆଉ ତୁଇ
ପୂଜା ପାଉଛୁ ଭକତର ଦୁଃଖକେ ହରି ।

ଘଁଟି ଉପ୍ରେ ସରଧା ଅଛେ ବଲିକରି
ଭକତ୍ ଦେଉଛନ ତତେ ଯାଚି କରି,
ସବୁ ଦୁଃଖ୍ କଷ୍ଟ୍ ହରନ୍ କରସୁ
ତୁଇ ମାଗୋ ଘଁଟିଟେ ପାଇକରି ।

ବିପଦ୍ ଆପଦ୍ ନୁଁ ସାହା ତ ହେଇଛୁ
ତୁଇ ଆଉ ମାଗୋ ଭକତର ଜୀବନ୍ ,
ସବୁ ଦୁଃଖ୍ ସୁଖ ଟଲି ତ ଯାଏସି
ତୋର ପାଦେ ଥିଲେ ମନ୍।

ଚଇତ୍ ପୁନି, ନବରାତ୍ରି ସାଂଗେ
ବଡ଼ ପରବ୍ ତୋର ନୂଆଁଖାଇ,
ଘଁଟ୍ ଘଁଟି ତାଲେ ଢୋଲ ନିଶାନ ତାସା ନ
ପୂଜା ପାଏସୁ ମାଁ ସବୁଆଡେ ଦୁଲକେଇ।

ଅଢେଇ ଦିନର ଏ ମୁନୁଷ୍ ଜୀବନ୍
ଆଜି ଅଛେ କାଲି ଯିବା ଚାଲି,
ମାଆର ନାଁଟା ଖାଲି ଇ ଦୁନିଆଁନ ସାର୍
ତୋର୍ ପାଦେ ସରନ ଗଲି ।

ତୋର୍ ନାଁ ଜପି ଇ ଟୁଁଡେ ସବୁବେଲେ
ମୋର୍ ଜୀବନକାଲ୍ ଯାଉ ସରି,
ବିନତୀ କରୁଛେଁ ମାଁ ତୋର ପାଦ୍ ତଲେ
ପୁରନ କର୍ କାମନା ମାଗୋ ଜଗତ ଇଶ୍ୱରୀ।

କେଶବ ଚନ୍ଦ୍ର ଦାଶ ଚିପିଲିମା, ସମ୍ୱଲପୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract