STORYMIRROR

DR PRASANTA KUMAR BISWAL

Romance Classics Inspirational

4  

DR PRASANTA KUMAR BISWAL

Romance Classics Inspirational

ଶକ୍ତି ବିନା ଶିବ

ଶକ୍ତି ବିନା ଶିବ

1 min
338


ନାରୀ ଜନ୍ମ ନୁହେଁ  ନିର୍ଯାତନା ଖାଲି 

  କଷଣ ପାଉଛି ପାଇବ ସେହି ,

ଚିରଦିନ ପାଇଁ    ପୁରୁଷ ପାଖରେ

ରହିବ କି ସିଏ ଖେଳଣା ହୋଇ ?


ନାରୀ ପରା ସୃଷ୍ଟି   ଶକ୍ତିର ଆଧାର 

ସଂସାରେ ସମୃଦ୍ଧି ବଢାଏ ସିଏ,

ନାରୀ ପାଶେ ଥିଲେ ଦୁଃଖର ପଟାଳି

  ସୁଖରେ ସହଜେ ପ୍ଳାବିତ ହୁଏ।


ତ୍ଯାଗ ପ୍ରେମ ସ୍ନେହ ଭରା ତା ହୃଦୟେ

  ମମତାର ସରି କିଏ ବା ହେବ?

ତା ମମତାର ଯେ  ବାନ୍ଧିଯାଏ ଥରେ

  ତୁଛ ଲାଗେ ତାକୁ ସ୍ବର୍ଗ ବିଭବ ।


ସଂସାର ଚାଳନା    ସହଜ ନୁହଁଇ 

  ଦେଶଠାରୁ ବଳି ଲାଗଇ ସତେ 

କେତେ ଝଡ ଝଞ୍ଜା  ସମସ୍ଯାର ବାଧା

 ଦୂରେଇ ଯାଏ ତା କୁହୁକ ହାତେ।


ତା ଲାଗି ସିନା ତ  ବୈକୁଣ୍ଠ ଲାଗଇ 

  କେତେ ଅସଜଡା ଆମରି ଘର

ନାରୀ ଅପମାନେ   ଦେବତା ରୁଷନ୍ତି

  ଲକ୍ଷ୍ମୀଛଡା ତାକୁ ବୋଲଇ ନର।


ମନ୍ତ୍ରୀ ଭଳି ସିଏ   ନେତ୍ର ପଥଗାମୀ

  ଧରା ଠୁ ବଳି ସେ କ୍ଷମା ସାଗର

ଦାସୀ ପରି ସିଏ  ସେବା କରିଥାଏ

  ଭଙ୍ଗା ହୃଦୟରେ ଅମୃତ ଝର।


ସର୍ଜନା କରି ସେ   ଶ୍ରୀ କୁ ବଢାଏ

  ପ୍ରଳୟ ବି ରଚି ପାରଇ ଯିଏ

ଦୁର୍ଗତି ନାଶଇ    ଦୁର୍ଗା ରୂପ ସାଜି

ଅମୃତ ପରଶେ ମୋହିନୀ ସିଏ।


କେଉଁ ଗୁଣେ ତାକୁ  ନିଉନ ଭାବୁଛ

 ସବୁ କାମରେ ସେ ଆଗୁଆ ଆଜି

କୋପକଲେ ଥରେ ଏ ଧରା ଧାମରେ

 ସଂସାର ନିମିଷେ ଯିବତ ଭାଜି।


ଶକ୍ତି ବିନା ଶିବ   ଲାଗଇ ଯେମିତି 

  ସାରା ସଂସାର ଅଶିବ ହୁଅଇ

ନାରୀ ବିନା ନର   ଜୀବନ ଅସାର

 ଏ ଭବ ରୁ ମୁକ୍ତି ମିଳଇ କାହିଁ ?


Rate this content
Log in

Similar oriya poem from Romance