STORYMIRROR

Tapan Dixit

Romance

2  

Tapan Dixit

Romance

ଶିଉଳି ଫୁଟିଲେ ବାଉଳାହୁଏ ମୁଁ

ଶିଉଳି ଫୁଟିଲେ ବାଉଳାହୁଏ ମୁଁ

1 min
2.6K


ଶିଉଳି ଫୁଟିଲେ ବାଉଳାହୁଏ ମୁଁ 

ଗାଁ ଗୋହିରିର ବାଟେ, 

ଶିହରଣ ଖେଳେ ତାଳୁରୁ ତଳିପା 

ନିଃଶ୍ୱାସ ବିଶ୍ୱାସ ଲୁଟେ,

ମହକେ ଦହକ ଖେଳି ବୁଲୁଥାଏ 

ଗାଁର ସେ ଉପକଣ୍ଠେ,

ସପନ ପିଆଲା ହାତେ ନେଇ ବିତେ 

ଆଦିମ ପିପାସା କଣ୍ଠେ,

ସାରା ସାରା ରାତି ତାରା ଗଣେ ବସି 

ତୁମକଥା ଭାବି ଭାବି,

ଶେଷ ରାତି ସେଇ ପାହାନ୍ତି ଜହ୍ନଟା

ଆସୁଥାଏ ଡୁବି ଡୁବି .. …।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance