STORYMIRROR

Rama chandra Pradhan

Children

4  

Rama chandra Pradhan

Children

ଶିଶୁ

ଶିଶୁ

1 min
271

ଶିଶୁଙ୍କର ମନ କୋମଳ ଅଟଇ

ହୃଦୟଟା ପୁରା ଖୋଲା

ଛନ୍ଦ କପଟରେ ଉର୍ଦ୍ଧ୍ୱରେ ସେମାନେ

ହେଲେ ଟିକେ ମନ ଭୁଲା l


ଶିଶୁଟି ହସିଲେ ଏ ଦେଶ ହସିବ

ଖେଳିବ ଖୁସି ଲହରୀ

ତା' ଠୁକୁରୁ ଚାଲି ତା' ଦରୋଟି କଥା

ମନ କିଣଇ ସବୁରି l


ଅସ୍ଥିର ଅବୁଝା ଭାରି ଅମାନିଆ

ଚଳ ଚଞ୍ଚଳ ତା' ମନ

ସ୍ନେହ ଶରଧାରେ ବୁଝିଯାଏ ସିଏ

ଡାକି ଦେଲେ ବାପଧନ l


ଆଜି ଯିଏ ଶିଶୁ କାଲି ସେ ହୋଇବ

ଏ ଦେଶର ନାଗରିକ

ଭଲ ପାଠ ପଢ଼ି ସୁନାମ ଆଣିବ

ରଖିବ ଏ ଜାତି ଟେକ l


କଅଁଳ ଶିଶୁଟି କଞ୍ଚା ମାଟି ପରି

ଏକଥାଟି ଧ୍ୟାନ ରଖ

ଯେମିତି ଗଢ଼ିଲେ ସେମିତି ସେ ହେବ

ଛୁଇଁ ସଫଳତା ଶିଖ l


ଆହା କି' ସୁନ୍ଦର ତା' ଶିଶୁ ଦୁନିଆଁ

ଲାଗେ ଭାରି ଆପଣାର

ସ୍ମୃତିଟିଏ ହୋଇ ସଦା ରହିଥାଏ

ମନେ ତୋଳି ଟିକି ଘର l



Rate this content
Log in

Similar oriya poem from Children