ଶିଶୁ
ଶିଶୁ
ମନରେ ଆବେଗ କିଛିବି ନଥାଏ
ଜାଣି ପାରେନାହିଁ ସୁଖ କି ଦୁଃଖ
କେହି ପରନୁହେଁ ଚାରିପାଖେ ତାର
ସଭିଏଁ ନିଜର ଆପଣା ଲୋକ I
ଚଳ ଚଞ୍ଚଳତା ଭରେ ସବୁଠାରେ
ଖାଲି ଯଦିଟିକେ କୁହେ ସେ କୁଆଁ
ସାନ୍ତ୍ୱନାର କେତେ ହାତ ବଢି ଆସେ
ମିଳିଯାଏ କେତେ ମଧୁର ଛୁଆଁ I
କୁଆଁକୁଆଁ ସ୍ୱରେ କାନ୍ଦିଦେଲେ ଟିକେ
କେତେ ଯେ ହୃଦୟ ଚହଲି ଯାଏ
କେତେ ନୟନର ଉଜ୍ଜ୍ୱଳ ତାରକା
କେତେ ଯେ ପ୍ରାଣର ମହକ ସିଏ I
ପେଟ ଟିକେ ତାର ପୁରେଇବା ପାଇଁ
ତତ୍ପର ହୁଏନ୍ତି ଆପଣା ଲୋକ
କେତେ ଭଲମନ୍ଦ ଖାଇବା ମିଳଇ
ଜଣା ପଡେନାହିଁ ପେଟର ଭୋକ I
ସବୁ ଦିଶୁଥାଏ ସତେଜ ସୁନ୍ଦର
ପାଖ ମାଡେନାହିଁ ଛନ୍ଦ କପଟ
ଡର ଭୟ କିଛି ନଥାଏ କାହାକୁ
ମଥାପରେ ଥିଲେ "ମା" ର ହାତ I
ସପନେ ହଜନ୍ତି ପରିବାର ଲୋକେ
ଭବିଷ୍ୟତ ଚିତ୍ର ଆଙ୍କନ୍ତି କେତେ
ସବୁ ସ୍ୱପ୍ନ କଣ ସତ ହୋଇ ଥାଏ
ଜାଣିଛ ଯଦି କେ କୁହତ ମୋତେ I
