ଶିଶୁ
ଶିଶୁ
ଶିଶୁ ର ହସରେ ଫୁଲର ମହକ
ମନ ହୁଏ ପୁଲକିତ |
ମାତାପିତାଙ୍କ ର ଆଶାର କିରଣ
ଜଗତରେ ପ୍ରକାଶିତ ||୧||
ବାତ୍ସଲ୍ୟ ପ୍ରେମ ସେ ସୁସୁପ୍ତିରେ ଥାଏ
ପିତାଙ୍କ ମାନସ ପଟ ରେ |
ଶିଶୁ ଆଗମନେ ପ୍ରସ୍ଫୁଟିତ ହୁଏ
ଆନନ୍ଦର କଲ୍ଲୋଳରେ ||୨||
ଭୁଲିଯାଏ ମା ଗର୍ଭ ବେଦନା
ଶୁଣି କୁଆଁ କୁଆଁ ରଡ଼ି |
ସ୍ୱର୍ଗୀୟ ଆନନ୍ଦେ ମନ ଭରିଯାଏ
ଯତନେ ଜାଳେ ଏନ୍ତୁଡ଼ି ||୩||
ଠୁମକ ଠୁମକ ଶିଶୁର ସେ ଚାଲି
ମନ କରିନିଏ ଚୋରି |
ତୋତଲି କଥାର ଯେଉଁ ମାଧୁରିମା
କେଉଁ ଗୀତ ହେବ ସରି ||୪||
ମନଟି ତାହାର ସ୍ୱଚ୍ଛ ନିର୍ମଳ
ଅଲେଖା କାଗଜ ପରି |
ଯାହା ଲେଖିଦେବ ଆଙ୍କି ହୋଇ ତାହା
ରହେ ଶିଳାଲେଖା ପରି ||୫||
ଛନ୍ଦ କପଟ ମୋହମାୟାରୁ ସେ
ରହିଥାଏ ସଦା ଦୂର |
ସତେ କି ମର୍ତ୍ତ୍ୟରେ ଅବତରି ପ୍ରଭୁ
ଲୀଳା କରୁଛନ୍ତି ଈଶ୍ୱର ||୬||
ଶିଶୁ ବୋଲି ତାକୁ ହେୟ କର ନାହିଁ
ସେ ଭବିଷ୍ୟର ଧରୋଧର |
ରାବଣ ବି ସିଏ ଶ୍ରୀରାମ ବି ସିଏ
ପିତାମାତଙ୍କର ସଂସ୍କାର ||୭||