ଶିଶୁ ମୁଁ ରେଳ ଷ୍ଟେସନ ର
ଶିଶୁ ମୁଁ ରେଳ ଷ୍ଟେସନ ର
ନିରୀହ ନିଷ୍ପାପ ଶିଶୁ ଟିଏ ମୁଁ
ନାଁ ଅଛି ମୋର ବନ୍ଧୁ ପରିବାର
ନାହାଁନ୍ତି ପୁଣି କେହି ଆତ୍ମୀୟ ସ୍ବଜନ
ଏହି ରେଳ ଷ୍ଟେସନ ଅଟେ ମୋ ସରଗପୁର ।।
ଏକାକୀ ଆଜି ଭାବି ମୁଁ ବସିଛି
ମୋ ଆଗତ ଭବିଷ୍ୟତ
ଦେଖୁଥିବା ଏ ସ୍ୱପ୍ନ ସବୁ
କେବେ ମୋର ହେବ ସତ ??
କେବେ ମୁଁ ଖଡ଼ି ସିଲଟ ଧରି
ଯିବି ଯେ ପାଠ ପଢି
ଏହି ସବୁ ଭାବି ଭାବି
ସମୟ ମୋର ଯାଉଛି ଗଡ଼ି ।।
କଣ ଲେଖିଛନ୍ତି ପ୍ରଭୁ ମୋ ଭାଗ୍ୟରେ
ଜାଣିଥିବେ ସେ ଈଶ୍ବର
ବିତିବ କି ଏହି ଷ୍ଟେସନ ରେ
ଅବା ପାଠପଢି ହେବି ବାରିଷ୍ଟର ??
କର ପ୍ରଭୁ କିଛି ଚମତ୍କାର
ହେଉ ମୋର ପୁନଃ ଉଦ୍ଧାର
ରାସ୍ତା କଡ ରୁ ଉଠି ଯାଇ ମୁଁ
ହୋଇପାରେ ଯେପରି ମୁଁ ଶ୍ରେଷ୍ଠ ନର ।।