STORYMIRROR

Monalisha Panda

Tragedy Others Children

3  

Monalisha Panda

Tragedy Others Children

ଶିଶୁ ମୁଁ ରେଳ ଷ୍ଟେସନ ର

ଶିଶୁ ମୁଁ ରେଳ ଷ୍ଟେସନ ର

1 min
184

ନିରୀହ ନିଷ୍ପାପ ଶିଶୁ ଟିଏ ମୁଁ 

ନାଁ ଅଛି ମୋର ବନ୍ଧୁ ପରିବାର 

ନାହାଁନ୍ତି ପୁଣି କେହି ଆତ୍ମୀୟ ସ୍ବଜନ 

ଏହି ରେଳ ଷ୍ଟେସନ ଅଟେ ମୋ ସରଗପୁର ।।

ଏକାକୀ ଆଜି ଭାବି ମୁଁ ବସିଛି 

ମୋ ଆଗତ ଭବିଷ୍ୟତ 

ଦେଖୁଥିବା ଏ ସ୍ୱପ୍ନ ସବୁ 

କେବେ ମୋର ହେବ ସତ ??

କେବେ ମୁଁ ଖଡ଼ି ସିଲଟ ଧରି 

ଯିବି ଯେ ପାଠ ପଢି 

ଏହି ସବୁ ଭାବି ଭାବି 

ସମୟ ମୋର ଯାଉଛି ଗଡ଼ି ।।

କଣ ଲେଖିଛନ୍ତି ପ୍ରଭୁ ମୋ ଭାଗ୍ୟରେ 

ଜାଣିଥିବେ ସେ ଈଶ୍ବର 

ବିତିବ କି ଏହି ଷ୍ଟେସନ ରେ 

ଅବା ପାଠପଢି ହେବି ବାରିଷ୍ଟର ??

କର ପ୍ରଭୁ କିଛି ଚମତ୍କାର 

ହେଉ ମୋର ପୁନଃ ଉଦ୍ଧାର 

ରାସ୍ତା କଡ ରୁ ଉଠି ଯାଇ ମୁଁ 

ହୋଇପାରେ ଯେପରି ମୁଁ ଶ୍ରେଷ୍ଠ ନର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy