STORYMIRROR

PURNA CHANDRA PANDA Purna

Classics Others Children

4  

PURNA CHANDRA PANDA Purna

Classics Others Children

ଶିଶୁ ଲେଖା 32

ଶିଶୁ ଲେଖା 32

1 min
811

ଅଳସୁଆ କେବେ ହେବନିରେ ପିଲା

ଜୀବନ କାଳ ଭିତରେ

ଆଦର କରିବେ ସମାଜେ ଅନେକ

ସମୟ ଯିବ ସୁଖରେ l


ଇହଧାମେ ଧନ ଶlରଦାପୂଜିବ

ବିଦ୍ୟା ଧନ ଅରାଜିବା

ଈଶ୍ୱରଙ୍କୁ ସର୍ବେ ଭକ୍ତି କରୁଥିବ

ଗୁରୁଜନଙ୍କୁମାନିବା l


ଉଠିବ ଶେଯରୁ ସଅଳ ସଅଳ

ମନରେ ଜାଗିବ ବଳ

ଊଣା ହେବନାହିଁ ଆୟୁଷ ବାଳକେ

ପିତା ମାତା ମନି ଚଳ l


ଋଣ ଜୀବନରେ କେବେରେ ନକର

ଅର୍ଜନ କରିବାଶିଖ

ଋଷି ମୁନି ବାକ୍ୟ ପୁସ୍ତକେ ଅଛିରେ

ଖୋଜି ଖୋଜି ତାହା ଲେଖ l


ଏମିତି ଜୀବନଚର୍ଯ୍ୟlକୁ ପାଳିଲେ

ଆଶିଷ ଆସିବ ଭାସି

ଐଶ୍ଵର୍ଯ୍ୟ ଲଭିବ ନିଶ୍ଚୟ ତୁମେରେ

ସୁଖ ସାଥି ହେବ ଆସି l


ଓଁକାର ଶବଦ ସ୍ମରଣ କରିବ

ତିନି ସନ୍ଧ୍ୟା କାଳ ଜାଣି

ଔଷଧ ପ୍ରମାଣେ ଜଗତ ଜିତିବ

ଫଳପ୍ରାପ୍ତ ମନ ଜାଣି l


କଥା କହୁଥିବ ମଧୁର ବଚନ

କ୍ଳେଶ କାହାରେ ଦେବନି

ଖଳଜନୁ ଦୂର ରଖିବ ନିଜକୁ

ଚରିତ୍ର ନଷ୍ଟ ହେବନି l


ଗଗନ ଯେପରି ଦେଖ କୁନା, ମୁନା

ଅଟଇ ସ୍ଵଛ ନିର୍ମଳ

ଘେନ ରାମ କୃଷ୍ଣ ନାମ ଯୁଗଳକୁ

ଅନ୍ତରେ ଭରିବ ବଳ ll


Rate this content
Log in

Similar oriya poem from Classics