ଲଣ୍ଠନ
ଲଣ୍ଠନ
ଏଲ୍ଇଡି କହୁଛି ଲଣ୍ଠନ କୁ ଚାହିଁ
ତୋର ଯୁଗ ଆଉ ନାହିଁ
ତୁ ଏବେ ଅଲୋଡ଼ା ଘର ରେ ଅଡୁଆ
ଯାଦୁ ଘରେ ଥିବୁ ରହି ll
ମୋର ଇତିହାସ କରୁଛି ପ୍ରକାଶ
ଧୈର୍ଯ୍ୟ ରେ ଶୁଣୁ ତୁ ରହି
ଜେଜେ ବାପା ତୋର ମୁହିଁ ତୋ ନିଜର
ବିବେକ ରେ ଭାବ ତୁହି ll
ଅନେକ ସିନେମା ନାଚ ଗୀତ ଡ୍ରାମା
ଅଛି ମୋର ଅନୁଭୂତି
ନାୟକ ନାୟିକା ଭିଲେନ ଗାୟିକା
ଧରି କରେ ଦୃଶ୍ୟ ପ୍ରୀତି ll
ଥିଲି ମୁଁ ଭରସା ଗରିବର ଆଶା
ଅନ୍ଧାରରେ ଏକ ଶିଖା
ସାକ୍ଷୀ ମୁଁ ରହିଛି ସମୟ ବିତିଛି
ଦେଖି ଶିଖି ନାନା ଶିକ୍ଷା ll
ଆଲୋକିତ କରେ ଜଳି ଜଳି ସରେ
କାଳିମା ର ରୂପ ଧରି
ମାନବ କଲ୍ୟାଣ ଲକ୍ଷ୍ୟ ମୋ ଜୀବନ
ଅନ୍ଧକାର ଯାଏ ହାରି ll
ନୁହେଁ ବଳବାନ ନାହିଁ ମୋର ଟାଣ
ଅନ୍ଧକାର ପରାହତ
ଭରସା ଯୋଗାଏ ବିଶ୍ୱାସ ଜନ୍ମାଏ
ଅନ୍ଧକାରେ ସାଥୀ ସେତ ll
ବିଜ୍ଞାନ ଜ୍ଞାନରେ ପରିବର୍ତ୍ତନରେ
ନୂତନତ୍ବ ଉଦ୍ଭାବନ
ବ୍ୟାଟେରୀ, ବିଦ୍ୟୁତ୍ ବଳେ ପ୍ରଭାବିତ
ଏଲ୍ଇଡି ରୂପ ଟି ଜାଣ ll
ରୂପ ଟି ମୋହର ଅନେକ ପ୍ରକାର
ନାନା ରଙ୍ଗେ ପ୍ରତି କୋଣେ
ନାମଟି ଲଣ୍ଠନ ଅଟେ ପୁରାତନ
ଅନୁଭବେ ଅନୁକ୍ଷଣେ ll
