କୃଷ୍ଣ ବଳରାମ ବେଶ
କୃଷ୍ଣ ବଳରାମ ବେଶ
କୃଷ୍ଣପକ୍ଷ ତ୍ରୟୋଦଶୀ ରତ୍ନ ସିଂହାସନେ ବସି
ଭାଦ୍ରବ ମାସ ତିଥିରେ ଅପୂର୍ବ ବେଶ
କୃଷ୍ଣ ରୂପେ ଜଗନ୍ନାଥ ଦ୍ୱାପର ର କାହ୍ନା ସେତ
ବଳଭଦ୍ର ବଳରାମ ଭ୍ରାତାଙ୍କ ବେଶ
ପବିତ୍ର ବେଶକୁ କରିଣ
ଆଦର୍ଶ ଜୀବନ ତାଙ୍କ କରୁ ସ୍ମରଣ ll
ପଦ୍ମାସନେ ବସି ମାତା ଚତୁର୍ଭୁଜା ଯେ ସୁଭଦ୍ରା
ଛନ୍ଦା ପୟରେ ବେଶରେ ଶ୍ରୀ ଜଗନ୍ନାଥେ
କାଠରେ ନିର୍ମିତ ହସ୍ତେ ପଦ୍ମଫୁଲ ବାମ ହସ୍ତେ
ସୁବର୍ଣ୍ଣ ବଂଶୀ ଶୋଭେ ଯେ ଦକ୍ଷିଣ ହାତେ
ସପ୍ତଫେଣୀ ସର୍ପ ବିରାଜେ
କିରୀଟ ଉପରେ ଶୋଭେ ସୋଲ ରେ ସଜେ ll
ଶିଂଘା ଦକ୍ଷିଣ ହସ୍ତରେ ପଦ୍ମ ଯେ ବାମ ହାତରେ
ମସ୍ତକେ କିରୀଟ ବାନ୍ଧି ଶ୍ରୀ ବଳରାମ
ସଜ୍ଜିତ କଦମ୍ବ ଫୁଲ ପତ୍ରରେ ବାଙ୍କ ଚୁଳ
କୃଷ୍ଣ ବଳରାମ ବେଶ ଏବର ନାମ
ଗିରି ଗୋବର୍ଦ୍ଧନ ବେଶ ରେ
ପୂର୍ବେ ହେଉଥିଲା ବେଶ ଏହି ତିଥିରେ ll
ଗୋଡ଼ ମୁଦି, ମଲ୍ଲିକଢ଼ ପାଉଁଜି,ବାଙ୍କି, ପାହୁଡ଼
ନାକଚଣା, ଚନ୍ଦ୍ର, ଚିତା ସାରା ଶରୀରେ
ଦୁଇ ପାର୍ଶ୍ୱେ ଉପନନ୍ଦ ବାସୁଦେବ,ଗୋପୀ,ନନ୍ଦ
ଚାରି ଗୋଟି ଗାଈ ଥାନ୍ତି ଯେ ସମ୍ମୁଖରେ
ସୁନ୍ଦର ବେଶରେ ଶୋଭିତ
ଜଗା ବଳିଆକୁ ଦେଖି ହେଉ ଆଶ୍ରିତ ll
ଗୋପପୁର ବୃନ୍ଦାବନ ଗାଈଗୋଠ ନଈ ବଣ
ବଂଶୀସ୍ୱର ରାଧା ପ୍ରେମ କଦମ୍ବ ଫୁଲ
ନୀଳାଚଳେ ଜଗନ୍ନାଥ ଧରି ଭାଇ ବଳଭଦ୍ର
ଲୀଳା ଖେଳା କରେ କରି ଭକ୍ତ ମଙ୍ଗଳ
ଖିରି ଓ ଅମାଲୁ ଭୋଗରେ
ପୂଜାର୍ଚ୍ଚନା କରୁ ସର୍ବେ ଖୁସି ମନରେ ll
