STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ସ୍ଵପ୍ନାୟନ

ସ୍ଵପ୍ନାୟନ

1 min
405


ଖିଆଲି ମନ ମୋର 

ସଦା ସ୍ଵପ୍ନ ପ୍ରବଣ

ଭୁଲି ଘର ସଂସାର 

ନିତି ମାତେ ଅବାସ୍ତବ କଳ୍ପନାରେ

ସ୍ବପ୍ନିଳ ଆଖିରେ ଉଙ୍କିମାରେ

ରାଶି ରାଶି ଆଶା

ଲଭେ ଅପାର ଆନନ୍ଦ 

ଅନିଶ୍ଚିତ ବିଷୟ ଚିନ୍ତନରେ।


ଦିନେ ବି ମନ ମୋର ପାଣ୍ଡୁର 

ବାସ୍ତବେ ହୋଇନି ଆବିଷ୍ଟ

ଜାଣିବାକୁ ଚାହିଁ ନାହିଁ

ଦୁନିଆଁର ହାବଭାବ ଦୁନିଆଦାରୀ

ସେ ସଦା ଅବାନ୍ତର

ସ୍ବପ୍ନ ରାଜିରେ ବିଭୋର

କଳ୍ପନା ରାଇଜେ ଗଢିଅଛି

ଘର ଆପଣାର।


ଯେଉଁ ସୁଖ ଶାନ୍ତି ସମୃଦ୍ଧି 

ଲାଗି ମଣିଷ ଧାଇଁଛି ନିରନ୍ତର

ଭୁଲି ପାପ ପୂଣ୍ୟ 

ରକ୍ତର ଅତୁଟ ବନ୍ଧନ

ସେ ସବୁ କିଛି ମୁଁ ପାଏ

ହାତ ପାହାନ୍ତାରେ

ଯେବେ ଡୁବିଥାଏ 

ଗଭୀର ସ୍ବପନ ରାଜ୍ୟରେ।


ଚିନ୍ତା ଚେତନା ବିଦ୍ଯା ବୁଦ୍ଧି

ଜ୍ଞାନ ପ୍ରଜ୍ଞା ସବୁ ଲାଗେ ତୁଚ୍ଛ

ସ୍ୱପନ ରାଇଜ ମୋର ଅମରାବତୀ

ଯହିଁ ପରୀ ପାରିଜାତ ବିରାଜିତ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract