STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ମୀନ ଅବତାର

ମୀନ ଅବତାର

1 min
403


ପ୍ରଭୁ ଭଗବାନ ସୃଷ୍ଟି ର କାରଣ

ପାଳନ ତାରଣ ହରି

ଧର୍ମ ର ପ୍ରସାର ପ୍ରକାଶ ସତ୍ୟ ର

ନାନା ରୂପେ ଅବତରୀ ll


ବଧି ଶଙ୍ଖାସୁର ବେଦର ଉଦ୍ଧାର

ମୀନ ରୂପେ ନାରାୟଣ

ମୀନ ଅବତାରେ ଧରି ଶଙ୍ଖ ଚକ୍ରେ

ଅସୁର କଲ ନିଧନ ll


ପ୍ରଭୁ ଦଇତାରୀ ଦୁଃଖ ପରିହାରୀ

ବ୍ରହ୍ମଦେବ ସନ୍ତୋଷିତ

ନିୟମ ସୃଷ୍ଟିର  ମହିମା ବେଦର

ଚତୁର୍ଦ୍ଦିଗେ ପ୍ରସାରିତ ll


ଜଗତ ଈଶ୍ୱର ଧରିକି ବେଶର

କରନ୍ତି ସର୍ବ ମଙ୍ଗଳ

କଲ୍ୟାଣ ବିଶ୍ୱ ର ପାଇଁ ଚକ୍ରଧର

ହରନ୍ତି ବିଘ୍ନ ସକଳ ll


ଜଗତର ନାଥ ପ୍ରଭୁ ଜଗନ୍ନାଥ

ତୁମ ପାଦେ ନିବେଦନ

ମାନବ ମନରୁ ଅବଗୁଣ ମରୁ

କୃପା କର ଭଗବାନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics