STORYMIRROR

SUSMITA MISHRA

Inspirational

4  

SUSMITA MISHRA

Inspirational

ଶିଶୁ ହସିଲେ ଦୁନିଆ ହସେ

ଶିଶୁ ହସିଲେ ଦୁନିଆ ହସେ

1 min
395


ସଂସାର ର ଉପବନେ,

  ଶିଶୁ ଯେ କୁନି କୁନି କଳିକା,

ନୀଳ ଗଗନେ ସେ ଯେ,

  ଚିକମିକ ଚିକମିକ ତାରକା।

ସେ ହିଁ ଆଗାମୀ ଉଜ୍ଜ୍ୱଳ ଭବିଷ୍ୟତର,

     କରିତକର୍ମା,

ସେ ହିଁ ଯୁଗ ଯୁଗ ଅଵତାରିତ ମହାପୁରୁଷ,

     ଯୁଗଧର୍ମା।

ସେପାଇଁ ଶିଶୁଟିକୁ କେବେ ନ ଭାବିବ,

    ସେ ଯେ ଏକ ନିସ୍ୱ,

ତା ଭିତରେ ଲୁଚି ରହିଛି ପରା,

    ଏକ ଏକ ମହାବିଶ୍ୱ।

ପାଠ ପଢିବେ,

    ମଣିଷ ହେବେ,

କାମ କରି କି,

  ରଖିବେ ଦେଶର ଟେକ।

କିଏ ହେବ ଉଦ୍ଭାବକ,

  କିଏ ହେବ ଆବିଷ୍କାରକ,

କିଏ ହେବ ଲେଖକ,

  କିଏ ହେବ ଅଧ୍ୟାପକ।

କିଏ ପୁଣି ହେବ ଡାକ୍ତର,

  କିଏ ଚାଷୀ କିଏ ଇଞ୍ଜିନିୟର,

କିଏ କିରାଣୀ କିଏ କଲେକ୍ଟର,

  କିଏ କଣ ହେବ କହିବ,

ଭବିଷ୍ୟତ ଆମ ଶିଶୁର।

ଶିଶୁ ଅଟେ ଭବିଷ୍ୟତର କର୍ମଧାର,

ତା ଉପରେ ଦେଶ କରେ ନିର୍ଭର,

ସେ ଆଗାମୀ କାଲିର ନାଗରିକ,

ସେ ହିଁ ହେବ ଦିନେ ସଚ୍ଚା ସେବକ।

ଶିଶୁ ଭିତରେ ଲୁଚିଛି ସାରା ଜଗତ,

ସେ ହିଁ କାମ କରିଯାଏ କେତେ ମହତ,

ସେପାଇଁ ଶିଶୁ କାହ୍ନା ପାଟିରେ ମାଆ କୁ ଦେଖାଇଛନ୍ତି,

ନିଜ ଭିତରେ କିପରି ସାରା ବ୍ରହ୍ମାଣ୍ଡ ପୁରାଇଛନ୍ତି,

ସତେକି ସେ କହୁଥିଲେ,ଦେଖ ଶିଶୁ ନୁହେଁ ନିସ୍ୱ,

ତା ଭିତରେ ଅଛି କେତେ କେତେ ଗୁଣ ବିଶେଷ।

ତେଣୁ ଶିଶୁକୁ ଦେବା ସଦା ସମ୍ମାନ,

ଦେଇ ଶିକ୍ଷା ବଢ଼ାଇବା ତାହାର ମାନ,

କରିବା କାମନା ଫୁଲ ପରି ହସୁ ତା ଜୀଵନ,

ସତ୍ୟତା ଆଧାରିତ ହେଉ ତାହାର କରମ।

ଦୁନିଆ ରେ ଶିଶୁ ହସିଲେ,

    ଦୁନିଆ ହସେ,

ତା ପାଇଁ ସଂସାର ଭିତରେ,

    ସରଗ ବସେ।

ତେଣୁ ଶିଶୁକୁ ଦିଅ ସମସ୍ତ ମୌଳିକ ଅଧିକାର,

ସେ ଅଧିକାର ପାଇ ସେ ହେଉ ସରସ ସୁନ୍ଦର,

ସେ ଅଟେ ଆମ ଆଗାମୀ ପିଢ଼ିର ଵଂଶଧର,

ତା ସୁକର୍ମ ରେ ରହିବ ଟେକ

ଆମ ଜନ୍ମଭୂଇଁର, ଜନ୍ମଭୂଇଁର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational