ଶିକ୍ଷାସୌଧ ଘର ସଂପର୍କର ଚିତ୍ର
ଶିକ୍ଷାସୌଧ ଘର ସଂପର୍କର ଚିତ୍ର
ବିରଞ୍ଚି ଦୀପ୍ତିଙ୍କ କଳ୍ପନା ପ୍ରସୂତ
ଶିକ୍ଷାସୌଧ ଘର ସ୍ୱପ୍ନ
ସାକାର ହୋଇଛି ଉଦ୍ଭାସିତ ହୋଇ
ଅତିକ୍ରାନ୍ତ କରି ବିଘ୍ନ
ଶିକ୍ଷା ମହାଦୀପ୍ତ ଏ' ବିଦ୍ୟା ମନ୍ଦିର
କୋମଳ ଶିଶୁଙ୍କ ପ୍ରାଣ ,
କରିକୋଲ ଗ୍ରାମ ଆଜି ବିଭୁଷିତ
ଖଣ୍ଡ ମଣ୍ଡଳରେ ଧନ୍ୟ
ପତିପତ୍ନୀ ଦୁହେଁ ସ୍ଵହସ୍ତେ ସ୍ଥାପିଲେ
ଆଦର୍ଶ ବିଦ୍ୟା ମନ୍ଦିର ,
ଅଞ୍ଚଳ ବାସୀଙ୍କ ବହୁ ପ୍ରତୀକ୍ଷିତ
ସପନ ହେଲା ସାକାର
କୋମଳଶିଶୁଙ୍କ ଏ'ଶିକ୍ଷା ଆଳୟ
ସର୍ବଶିକ୍ଷା ଗନ୍ତାଘର ,
ଗୁଣାତ୍ମକ ଶିକ୍ଷା ମାନ କରେ ରକ୍ଷା
ସେତୁବନ୍ଧ ସଂପର୍କର
ଚତୁର୍ଥ ବରଷ ହୋଇଛି ପୁରଣ
ବିଦ୍ୟା ମନ୍ଦିରକୁ ଆଜ ,
ମାର୍ଚ୍ଚ ମାସର ସ୍ୱନକ୍ଷତ୍ର ପର୍ବ
ଅତୁଟ ବିଶ୍ବାସ ଧର୍ଯ୍ୟ
ବିଦ୍ୟା କୀର୍ତ୍ତି ଅର୍ଜି ଶିଶୁ ଉଠେ ହସି
ଗୁରୁ ପାଦପଦ୍ମେ ମନ ,
ଏ'ଶିକ୍ଷା ଏନ୍ତୁଡି କୁହୁକର ପେଡ଼ି
ସୁଶିକ୍ଷା କରୁଛି ଦାନ
ଗୁରୁଶିଷ୍ଯ ଧର୍ମ କରୁଛି ପାଳନ
ପ୍ରଜ୍ଞାଦୀପ୍ତ ଅନୁଷ୍ଠାନ ,
ମହା ସେତୁବନ୍ଧ ସଂପର୍କ ସୌହାର୍ଦ୍ଦ୍ୟ
ଅପୁର୍ବ ସ୍ନେହଁ ମିଳନ
ଶିକ୍ଷାପୁର୍ଣ୍ଣ କୁମ୍ଭ ଏ'ବିଦ୍ୟା ମନ୍ଦିର
ମହକିବ ଚତୁଃର୍ଦିଗେ ,
କୋମଳ ଚପଳ ହେଵତ ଶିକ୍ଷିତ
ବୌଦ୍ଧିକ ବିକାଶ ସଙ୍ଗେ
ଆହେ ବୁଦ୍ଧିଜିବୀ ମାନ୍ୟଗଣ୍ୟ ବ୍ୟକ୍ତି
ଦିଅ କିଛି ଗୁରୁମନ୍ତ୍ର ,
ଏ' ଵିଦ୍ୟା ମନ୍ଦିର ଖ୍ୟାତି ଅରଜିବ
ବିଦ୍ୟାର୍ଥୀ ପାଳିବେ ବ୍ରତ
ସ୍ୱନକ୍ଷତ୍ର ପର୍ବ ଏ'ମହା ଉତ୍ସବ
ଅବିସ୍ମରଣୀୟ ହେଉ ,
ଶୁଭ ଅବସରେ ସଂପର୍କ ସରାଗେ
ଦୀପ୍ତିମୟୀ ହସୁ ଥାଉ
ଶିକ୍ଷା ନିକେତନ ବିଦ୍ୟାର ମନ୍ଦିର
ହୃଦୟକୁ କରୁ ଜୟ ,
କରିକୋଲ ସ୍ଥାନ ହେଉ ଶିକ୍ଷାଦୀପ
ବିଦ୍ୟାର୍ଥୀଙ୍କ ରହୁ ଲୟ
ହେ'ଶୈକ୍ଷିକ ସମାଜ ଜାଳ ମହାଦୀପ
ଶୁଭ ଅବସରେ ଆଜ ,
ଉନ୍ମୋଚିତ ହେଵ ଶିକ୍ଷା ମୁଖପତ୍ର
ସଂପର୍କର ସେତୁବନ୍ଧ
