Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rina Parida

Inspirational

3  

Rina Parida

Inspirational

ଶିଖ ହେ ମାନବ ଗଣ

ଶିଖ ହେ ମାନବ ଗଣ

1 min
118


ହସିବା ଶିଖ ଏ ଟିକି ଫୁଲଟିରୁ

ଭଅଁର ଠୁ ଶିଖ ଗୀତ

ଇର୍ଷା, ହିଂସା, ଘୃଣା କାଢି ଏ ମନରୁ

ବଢ଼େଇ ଦିଅ ହେ ବନ୍ଧୁତାର ହାତ ।।


ଫଳଭରା ତରୁ ବିଶାଳ ଶାଖାରୁ

ଶିଖ ନମ୍ରତା ପଣ

ଅଯଥା ଯୁକ୍ତି ତର୍କ ଅଜ୍ଞାନରୁ

କାଢିଦିଅ ମନ ହେ ମାନବଗଣ ।।


ଜାଗରିତ ଜାଗରଣ ଶିଖ ଦିବାକର ଠାରୁ

ମନେ ଭାଳି ସେ ସୁରୁଜ କିରଣ

ସମଦର୍ଶୀ ଭାବ ଏ ତପନ ଠାରୁ

ଶିଖ ହେ ମାନବଗଣ ।।


ଆପଣାପଣ ଶିଖ ତରୁଲତା ଠାରୁ

ଆପଣାପଣକୁ ଆଦର

ଅନ୍ୟାୟ ଅନୀତି ଛାଡ଼ ଏ ସମାଜରୁ

ସତ୍ୟ ନ୍ୟାୟ ଧର୍ମ ନୀତିକୁ ଆଚର ।।


ଅଜ୍ଞାନତାର ଅନ୍ଧାର ହଟାଓ ସମାଜରୁ

କର ଆଲୋକିତ ସକଳ ଜୀବନ

ଦୀପର ଶିଖାରୁ ଏ ପୃଥିବୀରୁ

ଶିଖ ଆଲୋକ ଗୁଣକୁ ଜନ ।।


ଧରାର ସେବାରୁ

ଶିଖ ହେ ମାନବ

ସେବା ଗୁଣ ମନୋଭାବ ।।


ଜଳଧାରାରୁ ଶିଖ ଆଗେ ବଢିବାକୁ

ଜୀବନର ଏଇ ପଥେ

ହେ ବିଶ୍ୱନିୟନ୍ତା  ଆହେ ମହାବାହୁ

ଘେନି ନିଅ ସତ୍ୟ ପଥେ ।।


Rate this content
Log in

Similar oriya poem from Inspirational