STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଦରଦୀ ମନଟିଏ

ଦରଦୀ ମନଟିଏ

1 min
3


ସମସ୍ତେ ଧନ ଜନ ମାନ

 ଗୋପ ଲକ୍ଷ୍ମୀ ସମ୍ମାନ

ଶକ୍ତି ଭକ୍ତି ଉପଢୌକନ

ଖୋଜୁଥିଲା ବେଳେ 

ମୁଁ କାହିଁକି ଭିନ୍ନ 

ମୁଁ କାହିଁକି ଅଲଗା କିଛି ଲୋଡ଼େ ତନ୍ନ ତନ୍ନ ?


ବଡ଼ ଆଶ୍ଚର୍ଯ୍ୟର କଥା ନୁହେଁ କି ?

ତର୍କ ତର୍ଜମାର ଉର୍ଦ୍ଧ୍ଵରେ

ତଥ୍ୟ ବିତର୍କର ଧୁର୍ଜଟୀରେ

ତଣ୍ଡୁଳିତ ଯୁକ୍ତିର କୀରିଟରେ


ମନରେ ସ୍ଵତଃ ପ୍ରଶ୍ନ ଉଙ୍କିମାରେ

ଲହୁ ଲୁହାଣ କରେ

କୁତୁ କୁତୁ କରେ

ରୋମାଞ୍ଚ ଭରେ

ଭିନ୍ନ ଜିନିଷ ମୁଁ ଖୋଜୁଛି କିଆଁ

ଭିନ୍ନରେ ଅଛି କି ଅନନ୍ୟ କିମିଆଁ

ଯିଏ ଲିଭେଇ ପାରିବ ଛାତି ତଳର ନିଆଁ 


ବୋଧେ ହେଲିଣି ଉପର ମୁଁହା

ଆମ୍ବ ଗଛରୁ ବରଗଛକୁ ମାରୁଛି ଡିଆଁ

ଆଜିର ନିର୍ବାଚନି ଋତୁରେ ପାଳାତକ

ମାନଙ୍କ ପରି ଭାବୁଛି ମାରିବି ଦଳ ଡିଆଁ


ତେବେ ଖୋଜୁଛି କ'ଣ ମୁଁ ସତରେ ?

ତେବେ ଚାହୁଁଛି କ'ଣ ମୁଁ ସତରେ ?


ଦରଦୀ ମନଟିଏ 

ମନ ଗହନର ନୀରବ ଭାଷା

ପଢି ପାରୁଥିବ ଯିଏ


ହରିଣୀ ଆଖିଟିଏ

ଛାତି ତଳେ ସାଇତା ଶୋକ

ବୁଝି ପାରୁଥିବ ସିଏ


ଦୟାଳୁ ହୃଦୟ ଟିଏ

ଅନ୍ତର ତଳେ ଅବ୍ୟକ୍ତ କୋହ

ବୁଝି ପାରୁଥିବ ଯିଏ


କାରୁଶିକ ସାଥି ଟିଏ

ମନ ଗହନର ଦହନ ସବୁକୁ

ଭାପି ପାରୁଥିବ ଯିଏ


ଜାଣିନି !

ମିଳିବ ହାତ ମୁଠାରେ

ପାଇବି ଆଖି ପଲକରେ

ଭେଟିବି ସହରୀ ଭିଡ଼ରେ


ସମୟ କହିବ ଦିନେ 

ଆଉସବୁ ଅପେକ୍ଷମାଣ ଆଯୁଷ ଜାଣେ ।


Rate this content
Log in

Similar oriya poem from Inspirational